Latest Odisha News

BREAKING NEWS

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତ ପାଇଁ ଭଉଣୀ ଶ୍ୱେତାଙ୍କ ଭିଡିଓ ଅପିଲ

ମୁମ୍ବାଇ: ଦିନକୁ ଦିନ ବଢ଼ୁଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସସପେନ୍ସ । ଦୁଇ ମାସରୁ ଅଧିକ ସମୟ ବିତିସାରିଥିଲେ ମଧ୍ୟ ଅଭିନେତା ଆତ୍ମହତ୍ୟା କରିବାର କାରଣ ସ୍ପଷ୍ଟ ହୋଇପାରୁନାହିଁ। ଅପରପକ୍ଷେ ନ୍ୟାୟ ପାଇଁ ଲଗାତାର ଭାବେ ସାରା ଦେଶରେ ସ୍ବର ଉଠୁଛି। ଏବେ ସୁଶାନ୍ତଙ୍କ ଉଭଣୀ ଶ୍ୱେତା ସିଂ କୀର୍ତ୍ତି ଭାଇଙ୍କ ପାଇଁ ସିବିଆଇ ତଦନ୍ତ ଚାହୁଁଥିବା ପ୍ରକାଶ କରିଛନ୍ତି।

ଶ୍ୱେତା ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି। ସେଥିରେ ସେ ଏକ ପ୍ଲାକାର୍ଡ ଧରିଛନ୍ତି। ମୁଁ ସୁଶାନ୍ତଙ୍କ ଭଉଣୀ। ସୁଶାନ୍ତଙ୍କ ମାମଲାର ସିବିଆଇ ଯାଞ୍ଚ ହେଉ ବୋଲି ସେ ଅପିଲ କରୁଛି। ଦୟାକରି ଆମ ପରିବାର ଏବଂ ସମଗ୍ର ବିଶ୍ୱର ସହାୟତା କରନ୍ତୁ ବୋଲି ସେ କହିଛନ୍ତି  । ସେହିଭଳି ଅନ୍ୟ ଏକ ଭିଡିଓ ପୋଷ୍ଟ କରି ଶ୍ୱେତା ନିରପେକ୍ଷ ତଦନ୍ତ ପାଇଁ ସିବିଆଇ ଯାଞ୍ଚ ଜରୁରୀ। ସତ ବାହାରକୁ ଆସୁ ବୋଲି ସେ ଚାହୁଁଥିବା କହିଛନ୍ତି।

Leave A Reply

Your email address will not be published.