Latest Odisha News

BREAKING NEWS

ଜୁନ ୧୫ରୁ ସିକିମରେ ଖୋଲିବ ସ୍କୁଲ, କଲେଜ; ସରକାରଙ୍କ ନିର୍ଦ୍ଦେଶନାମାକୁ ଅପେକ୍ଷା

ଗ୍ୟାଙ୍ଗ୍‌ଟକ: ଆସନ୍ତା ଜୁନ ୧୫ ତାରିଖରୁ ୯ମ ଶ୍ରେଣୀ ଏବଂ ତଦୂର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ଶୈକ୍ଷିକ ଅନୁଷ୍ଠାନ ମାନ ଖୋଲିବା ନିମନ୍ତେ ସିକିମ ସରକାର ନିଷ୍ପତି ଗ୍ରହଣ କରିଛନ୍ତି ।

ଦେଶର କେବଳ କରୋନା ମୁକ୍ତ ରାଜ୍ୟ ରୁପେ, ସ୍କୁଲ ଖୋଲିବା ପରେ ସ୍ୱାସ୍ଥ୍ୟ ସୁରକ୍ଷା କୁ ସୁନିଶ୍ଚିତ କରିବା ନିମିତ୍ତ ସରକାର ଓ ଏନସିଇଆରଟି ର ମାନକ ନିର୍ଦ୍ଦେଶାବଳୀ କୁ ଅପେକ୍ଷା କରିଥିବା କର୍ତ୍ତୁପକ୍ଷ ଙ୍କ ନିକଟରୁ ସୂଚନା ମିଳିଛି ।

ଅଧିକ ପଢନ୍ତୁ: ଜୁନ ୬କୁ ବୃଦ୍ଧି ପାଇଲା ସିୟୁସିଇଟି ୨୦୨୦ ଆବେଦନର ଶେଷ ତାରିଖ ଅବଧି

ଜୁନ ୧୫ ତାରିଖରୁ ଶ୍ରେଣୀ ୯ମ ତଥା ତଦୂର୍ଦ୍ଧ୍ୱ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକୁ ଖୋଲିବାକୁ ନିଷ୍ପତି ନିଆଯାଇଥିବା ବେଳେ, ସକାଳ ପ୍ରାର୍ଥନା ସଭା କୁ ସ୍ଥଗିତ ରଖିବା, ପ୍ରତ୍ୟକ ଶନିବାର କୁ କାର୍ଯ୍ୟ ଦିବସ କରିବା ତଥା ସାମାଜିକ ଦୂରତ୍ୱ କୁ କଡ଼ାକଡ଼ି ପାଳନ କରିବା ସହ ଶିକ୍ଷାନୁଷ୍ଠାନ ମାନଙ୍କରେ ହାତ ଧୋଇବା ଉପରେ ଗୁରୁତ୍ୱ ଦିଆଯିବା ଭଳି ପଦକ୍ଷେପ ମାନ ନିଆଯାଇଥିବା ସିକିମ୍ ଶିକ୍ଷା ମନ୍ତ୍ରୀ କେଏନ୍ ଲେପଛା ଏନଡିଟିଭି କୁ ଏକ ସାକ୍ଷାତକାର ରେ ଜଣାଇଛନ୍ତି ।

ଅଧିକ ପଢନ୍ତୁ – ଓଡ଼ିଶାକୁ ମିଳିଲା ୫୦୦ କୋଟି ଟଙ୍କାର ‘ଅମ୍ଫାନ୍’ ସହାୟତା; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସରକାର

ପ୍ରାଥମିକ ଶ୍ରେଣୀ ମାନଙ୍କ ନିମିତ୍ତ ଅନ୍‌ଲାଇନ ଶିକ୍ଷାଦାନ ର ବ୍ୟବସ୍ଥା କରାଯିବାକୁ ଥିବାବେଳେ, ଶୀତ ଛୁଟି କୁ ହ୍ରାସ କରିବାକୁ ନିଷ୍ପତି ନିଆଯାଇଅଛି । ତତ୍‌ସହିତ କୋଭିଡ଼ ଲକ୍‌ଡାଉନ ଜନିତ ପାଠ୍ୟକ୍ରମ ର କ୍ଷତି ଭରଣା ପାଇଁ ଶନିବାର ମଧ୍ୟ ଶିକ୍ଷାଦାନ ଦବାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

ତଥାପି ସରକାର, ରାଜ୍ୟ ରେ କରୋନା ର ସ୍ଥିତି ପରଖି, ନିଆଯାଇଥିବା ନିଷ୍ପତି ର ସମୀକ୍ଷା କରିବେ ବୋଲି ଜଣା ପଡିଛି ।

Leave A Reply

Your email address will not be published.