Latest Odisha News

BREAKING NEWS

୪୦ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ,ମିଟର ରିଡର ଭାବେ କାର୍ଯ୍ୟ କରୁଥିଲେ ଅଭିଯୁକ୍ତ

ଗଜପତି:ବଡ଼ ଧରଣର ୪ ଚୋରି ମାମଲାର ଖୁଲାସା କରିଛି ପାରଳାଖେମୁଣ୍ଡି ପୋଲିସ । ୪୦ ଲକ୍ଷ ଟଙ୍କାର ରୁପା ଓ ସୁନା ଅଳଙ୍କାର ଜବତ ସହ ଚୋରି ହୋଇଥିବା ବିଦେଶୀ ମୁଦ୍ରା ମଧ୍ୟ ଜବତ। ଏହି ମାମଲାରେ ଦୁଇ ଗିରଫ।

ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ପାରଳାଖେମୁଣ୍ଡିର ଦୁର୍ଗା ପ୍ରସାଦ ବେଣିଆ ଓ ଦେବ ମଣ୍ଡଳ ।

ପାରଳାଖେମୁଣ୍ଡି ଥାନା ଅଞ୍ଚଳରେ ତିନୋଟି ମାମଲା ଏବଂ ଗୁରାଣ୍ଡି ଥାନା ଅଞ୍ଚଳର ଗୋଟିଏ ମାମଲାର ଖୁଲାସା କରିଛି ପୋଲିସ । ୧୦ ତୋଳା ଓଜନର ସୁନା ଅଳଙ୍କାର, ୯ କିଲୋଗ୍ରାମର ରୁପା ଅଳଙ୍କାର, ଦୁଇଟି ମୋବାଇଲ ଫୋନ୍ , ଦୁଇଟି ବାଇକ ସହ ତାଲା ଭାଙ୍ଗିବା ପାଇଁ ବ୍ୟବହାର ଲୁହାଛଡ଼ ମଧ୍ୟ ଜବତ କରିଛି ପୋଲିସ।

ସୂଚନାଥାଉକି, ଅଭିଯୁକ୍ତ ଦୁର୍ଗା ଟାଟା ପାଓ୍ବାରର ମିଟର ରିଡର ଭାବେ କାର୍ଯ୍ୟ କରୁଥିଲେ । ଘରକୁ ଘର ବୁଲି ବିଲ୍ ଦେବା ସମୟରେ କେଉଁ ଘର କେତେଦିନ ତାଲା ପଡ଼ିଛି କେଉଁ ଘରେ କେହି ରହୁ ନାହାନ୍ତି ତାକୁ ଦେଖି ଚୋରି ପାଇଁ ଯୋଜନା କରୁଥିଲେ । ଏହାପରେ ଘର ପଛପଟ ଝରକା ତାଡ଼ି ତାଲା ଭାଙ୍ଗି ଘରର ଦାମୀ ସାମଗ୍ରୀ ସବୁ ଚୋରି କରୁଥିଲେ। ସେହି ସୁନା ସବୁ ବ୍ୟାଙ୍କରେ ବନ୍ଧକ ରଖି କିମ୍ବା କମ୍ ଦରରେ ସୁନା ଦୋକାନୀକୁ ବିକ୍ରି କରୁଥିଲେ ।

Leave A Reply

Your email address will not be published.