ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁସାରେ ରୂପାର ମୟୂର ପ୍ରତିମା ଘର ପାଇଁ ଅଧିକ ଶୁଭଦାୟକ ଅଟେ । ତେବେ ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ରଖିବା ଦ୍ବାରା ଶୁଭଫଳ ମିଳିଥାଏ..
-ବ୍ୟବସାୟରେ ବାରମ୍ବାର ସମସ୍ୟା ଉପୁଜୁଛି ତେବେ, ବ୍ୟବସାୟ ସମ୍ପର୍କିତ ଫାଇଲ୍ ପତ୍ର ଯେଉଁଠାରେ ରଖୁଛନ୍ତି, ସେଠାରେ ରୂପାର ଏକ ମୟୂର ପ୍ରତିମା ରଖିଦିଅନ୍ତୁ । ଏହି ସମସ୍ୟା ସୁଧୁରିଯାଏ ।
-ସେହିପରି ଠାକୁର ଘରେ ରୂପାର ମୟୂର ପ୍ରତିମା ରଖିଲେ ସକାରାତ୍ମକ ଉର୍ଜା ବୃଦ୍ଧି ପାଇଥାଏ । ଏଥିସହ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର କୃପା ମଧ୍ୟ ଲାଭ ହୋଇଥାଏ । ମାନସିକ ଶାନ୍ତି ମିଳିଥାଏ ।
-ଘରର ଅଭାବ ଅସୁବିଧାକୁ ବି ଦୂର ହୁଏ ।
-ଭାଗ୍ୟଦୋଷ ଥିଲେ ପୂର୍ଣ୍ଣିମା ଦିନ ରୂପାର ମୟୂର ପ୍ରତିମାଟିଏ ଆଣି ଟ୍ରେଜେରିରେ ରଖିଲେ ଧୀରେ ଧୀରେ ଏହି ସମସ୍ୟାର ସମାଧାନ ହେବାକୁ ଲାଗେ ଓ କାର୍ଯ୍ୟରେ ସଫଳତା ମିଳେ ।
-ସ୍ବାମୀସ୍ତ୍ରୀଙ୍କ ଭିତରେ ଥିବା ସମ୍ପର୍କକୁ ମଜବୁତ କରିବା ପାଇଁ ଶୟନ କକ୍ଷରେ ରୂପାର ମୟୂର ପ୍ରତିମା ରଖିବା ଶୁଭଦାୟକ ଅଟେ ।
Comments are closed.