ଭୁବନେଶ୍ୱର: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତୀୟ ସେନା । ଏହି ସମୟରେ କରାଯାଇଥିବା ଏୟାର ଷ୍ଟ୍ରାଇକର ନାଁ ରହିଛି ‘ଅପରେଶନ ସିନ୍ଦୂର’ । ଏହାକୁ ନେଇ ଟ୍ବିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଏକ୍ସରେ ଲେଖିଛନ୍ତି ଯେ, ”ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ । ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି ।”
ସେ ଆହୁରି ଲେଖିଛନ୍ତି ଯେ, ”ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି । ଆମେ ସେନାର ସାହସକୁ ନମନ କରୁଛୁ । ଆମେ ସେନା ସହିତ ଅଛୁ । ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ । ଜୟ ହିନ୍ଦ । ଭାରତ ମାତାକୀ ଜୟ ।”
ଆମ ସଂସ୍କୃତିରେ 'ସିନ୍ଦୂର'କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି।
ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି।
ଆମେ ସେନାର ସାହସକୁ ନମନ କରୁଛୁ।
ଆମେ ସେନା ସହିତ ଅଛୁ।
ଆମେ ସେନାର ବିଜୟରେ…— Mohan Charan Majhi (@MohanMOdisha) May 7, 2025
ଅନ୍ୟପଟେ, ଅପରେସନ ସିନ୍ଦୁର କୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ସେ ଭାରତୀୟ ସେନାର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି ।
ପହଲଗାମରେ ପାକିସ୍ତାନ ଦ୍ୱାରା କରାଯାଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ମଧ୍ୟରାତ୍ରିରେ ‘ଅପରେସନ ସିନ୍ଦୁର’ ମାଧ୍ୟମରେ ମୋଟ ୯ଟି ସ୍ଥାନକୁ କରାଯାଇଛି ଟାର୍ଗେଟ । ପାକିସ୍ତାନ ଛାତିରେ ଭାରତର ଏହି ଏୟାରଷ୍ଟ୍ରାଇକ ଏବେ ପାକିସ୍ତାନର ନିଦ ହଜାଇ ଦେଇଛି ।
ସୂଚନାଯୋଗ୍ୟ, ପହଲଗାମରେ ୨୨ ଏପ୍ରିଲରେ ଧର୍ମ ପଚାରି ପୁରୁଷ ପର୍ଯ୍ୟଟକଙ୍କ ସେମାନଙ୍କ ପତ୍ନୀ ଓ ପରିବାର ଆଗରେ ହତ୍ୟା କରାଯାଇଥିଲା । ଏଥିରେ ୨୯ ଜଣଙ୍କର ପ୍ରାଣହାନୀ ଘଟିଥିଲା । ଏହାପରଠୁ ସାରା ଭାରତ ବର୍ଷରେ ପାକିସ୍ତାନ ପ୍ରତି ଆକ୍ରୋଶ ମୂଳକ ଭାବନା ସୃଷ୍ଟି ହୋଇଥିଲା । ଆତଙ୍କବାଦୀଙ୍କୁ ‘ଅପରେସନ ସିନ୍ଦୂର’ ମାଧ୍ୟମରେ କଡ଼ା ଜବାବ ଦେଇଛି ଭାରତୀୟ ସେନା ।
Comments are closed.