ଭୁବନେଶ୍ୱର: ମିଶନ ଶକ୍ତି ବିଭାଗ ଆନୁକୂଲ୍ୟରେ ମେ ୧୬ ତାରିଖ ଅର୍ଥାତ୍ ଆସନ୍ତାକାଲି ଅପରାହ୍ନ ୫ଟାରେ ‘ଅପରେସନ ସିନ୍ଦୁର’ ରେ ବୀର ଯବାନମାନଙ୍କ ଧୈର୍ଯ୍ୟ ଓ ସାହସକୁ ସମ୍ମାନ ଜଣାଇ ମାଷ୍ଟର କ୍ୟାଣ୍ଟିନ ନିକଟସ୍ଥ ଗିରିଦୁର୍ଗା ମନ୍ଦିର ଠାରୁ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ “ସିନ୍ଦୂର ଯାତ୍ରା”ର ଆୟୋଜନ ହେବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗିରିଦୁର୍ଗା ମନ୍ଦିର ଠାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସମେତ ମାନ୍ୟବର ମନ୍ତ୍ରୀବୃନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ । ଓଡିଶାର ପ୍ରମୁଖ ମହିଳା ବ୍ୟକ୍ତିତ୍ୱ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳାମାନଙ୍କୁ ଉତ୍ସାହିତ କରିବେ ।
ଏହି ପଦଯାତ୍ରାରେ ସମସ୍ତ କ୍ଷେତ୍ରରୁ ମହିଳାମାନେ ସାମିଲ ହେବା ପାଇଁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆହ୍ଵାନ ଦେଇଛନ୍ତି ।
Comments are closed.