ନୂଆଦିଲ୍ଲୀ: ମହାମାରୀ କରୋନା ସମଗ୍ର ବିଶ୍ବକୁ ଗ୍ରାସ କରିଥିବା ବେଳେ ଏପରି ପରିସ୍ଥିତିରେ ଏକ ଦେଶ ତା ନାଗରିକମାନଙ୍କୁ ସନ୍ତାନ ପ୍ରସବ ପାଇଁ ବୋନସ୍ ଦେବାକୁ ନିଷ୍ପତ୍ତି ନେଇଛି।
କାରଣ ମହାମାରୀ ସମୟରେ ଅଧିକାଂଶ ଲୋକେ ପିତାମାତା ହେବା ଯୋଜନାକୁ ସ୍ଥଗିତ ରଖିଥିଲେ। ସିଙ୍ଗାପୁରର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ ଦେଶରେ ପିତାମାତା ପାଇଁ ଇଚ୍ଛୁକ ଥିବା ଲୋକମାନଙ୍କୁ ବୋନସ୍ ପ୍ରଦାନ କରାଯିବ।
ଯେଉଁମାନେ କରୋନା ମହାମାରୀ ଏବଂ ଅର୍ଥନୈତିକ ଅବନତି ହେତୁ ପ୍ରସବ ଯୋଜନାକୁ ସ୍ଥଗିତ ରଖିଛନ୍ତି ସେମାନଙ୍କୁ ଏହି ରାଶି ପ୍ରଦାନ କରାଯିବ।
ରିପୋର୍ଟ ଅନୁଯାୟୀ ସିଙ୍ଗାପୁରର ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପିତାମାତା ହେବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ପ୍ରସବ ପାଇଁ ପ୍ରୋତ୍ସାହନ ଦିଆଯିବ।
ତଥାପି ଏହି ବୋନସ୍ ପାଇଁ ରାଶି ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ବିଶ୍ବର ଅନ୍ୟ ଦେଶମାନଙ୍କ ପରି ସିଙ୍ଗାପୁରର ଅର୍ଥନୀତି ମଧ୍ୟ କରୋନା ଯୋଗୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।
ରିପୋର୍ଟ ଅନୁଯାୟୀ, ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆର୍ଥିକ ସଙ୍କଟ କାରଣରୁ ଅନେକ ପିତାମାତା ତାଙ୍କ ମାତୃତ୍ବ ଯୋଜନାକୁ ସ୍ଥଗିତ ରଖିବାକୁ ପଡ଼ୁଛି। ଏଭଳି ଲୋକଙ୍କୁ ସହାୟତା ଯୋଗାଇବା ଉପରେ ସରକାର ଧ୍ୟାନ ଦେବେ।
ସିଙ୍ଗାପୁରରେ ବିଶ୍ବର ସର୍ବନିମ୍ନ ଜନ୍ମହାର ରହିଛି ଏବଂ ସରକାର କ୍ରମାଗତ ଭାବେ ଏହାକୁ ବୃଦ୍ଧି କରିବାକୁ ଚେଷ୍ଟା କରୁଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୫୭୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
Comments are closed.