Latest Odisha News

ସାମ୍‌ନାକୁ ଆସିଲା ବିଗ୍‌ ବସ୍‌ ଓଟିଟିର ପ୍ରଥମ ପ୍ରତିଯୋଗୀଙ୍କ ନାଁ

ମୁମ୍ବାଇ: ଅଗଷ୍ଟ ୮ରେ ଭୁଟ୍‌ରେ ବିଗ୍ ବସ୍ ସିଜିନ ୧୫ ଓଟିଟିରେ ମୁକ୍ତିଲାଭ କରିବ। ଓଟିଟି ପ୍ଲାଟଫର୍ମରେ ଶୋ ଆରମ୍ଭ ହେବା ପୂର୍ବରୁ ନିର୍ମାତାମାନେ ଶୋ’ର ପ୍ରଥମ ପ୍ରତିଯୋଗୀଙ୍କ ନାଁ ଘୋଷଣା କରିଛନ୍ତି। ଗାୟିକା ନେହା ଭାସିନ୍ ବିବି ଓଟିଟିର ପ୍ରଥମ ପ୍ରତିଯୋଗୀ ଭାବେ ସାମ୍‌ନାକୁ ଆସିଛନ୍ତି।

ନେହା ଭାସିନ୍ ଲୋକପ୍ରିୟ ବଲିଉଡ ଗାୟିକା। ସେ ସଲ୍‌ମାନଙ୍କ ଅଭିନୀତ ସ୍ବାଗ୍‌ ସେ ସ୍ବାଗତ୍‌ ଗୀତ ଗାଇ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତିପାରିଥିଲେ। ତାଙ୍କୁ ବର୍ତ୍ତମାନ ବିଗ୍ ବସ୍ ଓଟିଟିରେ ଦେଖିବାକୁ ମିଳିବ। ଏ ନେଇ ଭୁଟ୍‌ରେ ନେହାଙ୍କ ଏକ ଭିଡିଓ ସେୟାର୍‌ କରାଯାଇଛି। ଏହାର କ୍ୟାପସନରେ ଲେଖାହୋଇଛି, “ଆପ୍‌ନେ ଅନ୍ଦାଜ୍‌ ସେ ସବକା ଦିଲ ଜିତ୍‌ନେ ଆ ରହି ହୈ।”

Comments are closed.