Latest Odisha News

ରାମଚରଣଙ୍କ ସହ ଆରସି୧୫ରେ ଅଭିନୟ କରିବେ କିଆରା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ୨୯ତମ ଜନ୍ମଦିବସରେ ରାମଚରଣଙ୍କ ଆରସି୧୫ ଫିଲ୍ମ ସାଇନ କରିଛନ୍ତି । ଏହା ମୋ ଜନ୍ମ ଦିନର ସବୁଠାରୁ ବଡ ଉପହାର କହିଲେ ଭୁଲ ହେବନି ବୋଲି କିଆରା କହିଛନ୍ତି । ଶଙ୍କରଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ନିର୍ମିତ ହେବ । ତେଲୁଗୁ, ତାମିଲ ଓ ହିନ୍ଦୀ ୩ଟି ଭାଷାରେ ଏହି ଫିଲ୍ମକୁ ନିର୍ମାଣ କରାଯିବ ।

ଦିଲରାଜୁ ଏବଂ ଶିରିଶ ଏହାର ପ୍ରଡ୍ୟୁସର ହେବେ । ଦିଲରାଜଙ୍କ ଏହା ୫୦ତମ ଏବଂ ରାମଚରଣଙ୍କ ୧୫ତମ ଫିଲ୍ମ । ଏସ.ଥମାନ ଫିଲ୍ମର ସଙ୍ଗୀତ ଦେଇ ପାରନ୍ତି । ଦିଲରାଜ ଓ ଶଙ୍କରଙ୍କ କମ୍ବିନେଶନ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି ।

Leave A Reply

Your email address will not be published.