ମୁମ୍ବାଇ: ଲୋକପ୍ରିୟ କଣ୍ଠଶିଳ୍ପୀ ତଥା ସ୍ୱର ସଂଯୋଜିକା ଶାରଦା ରାଜନଙ୍କ ୮୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଗତ କିଛି ଦିନ ହେଲାଣି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ଚଳଚ୍ଚିତ୍ର ‘ସୂରଜ’ରେ ଥିବା ‘ତିତଲୀ ଉଡି’ ଗୀତ ତାଙ୍କୁ ବେଶୀ ଲୋକପ୍ରିୟ କରିପାରିିଥିଲା ।
ତାମିଲ ପରିବାରରେ ଜନ୍ମଗ୍ରହଣ କରିଥିଲେ ଶାରଦା ରାଜନ ଆୟଙ୍ଗର । ରାଜ କପୁରଙ୍କ ଜରିଆରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ରାଜ କପୁର ତାଙ୍କୁ ସଙ୍ଗୀତ ନିର୍ଦ୍ଦେଶକ ଶଙ୍କର-ଜୟକିଶାନଙ୍କ ସହ ପରିଚିତ କରାଇଥିଲେ । ପରେ ତାଙ୍କୁ ଫିଲ୍ମ ସୂରଜରେ ଗାଇବାର ପ୍ରଥମ ସୁଯୋଗ ମିଳିଥିଲା । ତାଙ୍କର ଡେବ୍ୟୁ ଫିଲ୍ମ ପାଇଁ ତାଙ୍କୁ ମହମ୍ମଦ ରଫିଙ୍କ ସହ ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା । ‘ଆନ୍ ଇଭନିଙ୍ଗ ଇନ୍ ପ୍ୟାରିସ୍’, ‘ଆରାଉଣ୍ଡ ୱାର୍ଲ୍ଡ’, ‘ଗୁମନାମ୍’, ‘ସପ୍ନୋ କା ସୌଦାଗର’, ‘କଲ ଆଜ ଔର କଲ’ ଭଳି ଫିଲ୍ମରେ ସେ ଗୀତ ଗାଇଥିଲେ ।
Comments are closed.