Latest Odisha News

ଗିରଫଦାରୀ ପରେ ନରମିଲେ, ସ୍ଥଗିତ ହେଲା ଓକିଲ ଆନ୍ଦୋଳନ

ଭୁବନେଶ୍ୱର: ସ୍ଥଗିତ ହେଲା ଓକିଲ ଆନ୍ଦୋଳନ । ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ କରୁଥିବା ଆନ୍ଦୋଳନ ସ୍ଥଗିତ ହୋଇଛି । ଆଜି ଏନେଇ ପଶ୍ଚିମ ଓଡ଼ିଶାର ସମସ୍ତ ବାର ଆସୋସିଏସନର କେନ୍ଦ୍ରୀୟ କମିଟି ନିଷ୍ପତ୍ତି ନେଇଛି ।

ଗତକାଲି ସୁପ୍ରିମକୋର୍ଟ ଓକିଲ ଆନ୍ଦୋଳନକୁ ଦମନ ପାଇଁ ରାଜ୍ୟ ପୋଲିସକୁ କହିଥିଲେ । ରାଜ୍ୟ ପୋଲିସ ନ ପାରିଲେ କେନ୍ଦ୍ରୀୟ ଫୋର୍ସ ପଠାଇବୁ ବୋଲି ସୁପ୍ରିମକୋର୍ଟ କହିବା ପରେ ପୋଲିସ ଆନ୍ଦୋଳନକାରୀ ଓକିଲଙ୍କୁ ଗିରଫ କରିଥିଲା ।

ତେବେ ଆଜି ଓକିଲ ଆନ୍ଦୋଳନ ସ୍ଥଗିତ ନେଇ କେନ୍ଦ୍ରୀୟ କମିଟି ସୂଚନା ଦେଇ କହିଛି, ସୁପ୍ରିମକୋର୍ଟଙ୍କୁ ସମ୍ମାନ ଜଣାଇ ଆନ୍ଦୋଳନକୁ ସ୍ଥଗିତ ରଖିଛୁ । ଆଶା କରୁଛୁ ପଶ୍ଚିମ ଓଡ଼ିଶାର ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି ନିଶ୍ଚୟ ପୂରଣ ହେବ । ଆମର ସମ୍ପୂର୍ଣ୍ଣ ଆଶା କେନ୍ଦ୍ର, ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ଉପରେ ରହିଛି ।

ସୋମବାର ସତ୍ୟାଗ୍ରହ ବେଳେ ସମ୍ବଲପୁର କୋର୍ଟରେ ଆନ୍ଦୋଳନକାରୀ ଓକିଲ ହିଂସାକାଣ୍ଡ ଘଟାଇଥିଲେ । କୋର୍ଟକୁ ଜଜଙ୍କୁ ଆସିବାକୁ ଦେଇ ନଥିଲେ । ପରେ ପୋଲିସ ୧୭ ଜଣ ଓକିଲଙ୍କୁ ଗିରଫ କରିଥିଲା । ସୁପ୍ରିମକୋର୍ଟଙ୍କ ଛାଟ୍ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ଓକିଲ ଆନ୍ଦୋଳନକୁ ସ୍ଥଗିତ ରଖିବାକୁ ବାଧ୍ୟ କରିଥିଲା ।

ଅନ୍ୟପଟେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ୨୯ ଜଣ ଆଇନଜୀବୀଙ୍କ ଅଭ୍ୟାସ୍ ଅନୁମତି ପତ୍ର ୧୮ ମାସ ଲାଗି ନିଲମ୍ବିତ କରିଛନ୍ତି ।

Leave A Reply

Your email address will not be published.