Latest Odisha News

ଜୟପୁର ଜିଲ୍ଲା କୋର୍ଟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଶୁଭାରମ୍ଭ

କୋରାପୁଟ: ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଶୋଭାର ମିଳିତ ଆନୁକୂଲ୍ୟରେ ଜୟପୁର ଜିଲ୍ଲା କୋର୍ଟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରାର ଶୁଭାରମ୍ଭ ହୋଇଛି। ଏହି ଯାତ୍ରାରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଗାୟତ୍ରୀ ଦେବୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥିଭାବେ ପାରିବାରିକ କୋର୍ଟର ଜଜ ପବିତ୍ର ମୋହନ ସାମଲ ଯୋଗଦେଇ ପତାକା ଦେଖାଇ ଶିଶୁ ସମ୍ପର୍କ ରଥର ଶୁଭାରମ୍ଭ କରିଥିଲେ।

BjdElectrycity

ସମ୍ମାନିତ ଅତିଥିଭାବେ ଅତିରିକ୍ତ ଜିଲ୍ଲା ଜଜ ରାଜେଶ କୁମାର ନାୟର, ସ୍ୱତନ୍ତ୍ର ଜଜ ପୋକ୍ସ କୋର୍ଟ ପ୍ରଦୀପ କୁମାର ସାସମଲ, ରେଜିଷ୍ଟାର ସତର କୁମାର ଜେନା, ଏସଡ଼ିପିଓ ଅରୁପ ଅଭିଷେକ ବେହେରା ଯୋଗଦେଇ ଶିଶୁମାନଙ୍କ ଅଧିକାର ବିଷୟରେ କହିଥିଲେ। ଯାତ୍ରାରେ ଜୟପୁର ବ୍ଲକର ଶିଶୁ ସୁରକ୍ଷା ପାଇଁ କାର୍ଯ୍ୟରତ ସମସ୍ତ ଅଧିକାରୀ, ପୋଲିସ୍, ଏସଜେପିୟୁ ମେମ୍ବର, ଜିଲ୍ଲା ଶ୍ରମ ଅଧିକାରୀ ପ୍ରସନ୍ନ କୁମାର ପାଣିଗ୍ରାହୀ, ସିଡ଼ିପିଓ ଜିଲ୍ଲା ଓକିଲ ସଂଘର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ।

କୋରନା ମହାମାରୀରେ ଅନେକ ଶିଶୁଙ୍କ ଭବିଷ୍ୟତ ନଷ୍ଟ ହୋଇଯାଇଛି। ଶିଶୁ ସମ୍ପର୍କ ଯାତ୍ରା ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଦ୍ୱାରା ରଥ ବାହାରି ଜୟପୁର ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ ଏବଂ ବ୍ଲକର ବିଭିନ୍ନ ପଞ୍ଚାୟତ ପରିକ୍ରମା କରିବ। ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା, ବିକାଶ ଓ ସର୍ବାଙ୍ଗୀନ ଉନ୍ନତି ପାଇଁ ଥିବା ବିଭିନ୍ନ ଆଇନ ବିଷୟରେ ସାମୂହିକ ଜନ ସଚେତନତା କରାଯିବ। ଆଇନଜୀବୀ ପି ସନସ୍ୟା ରାଓଙ୍କ ପ୍ରଚେଷ୍ଟାରେ ସୁଶ୍ରୀ ଲୋରି ଲୋପାମୁଦ୍ରା ଜେନା ନୃତ୍ୟ ପରିବେଷଣ କରିଥିଲେ। ଶୋଭା ସଂସ୍ଥାର ଚାଇଲ୍ଡ ଲାଇନ କୋଡ଼ିନେଟର ବିଜୟ କୁମାର ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.