Latest Odisha News

BREAKING NEWS

ସୋନପୁର ଜିଲ୍ଲା ଦୌରା ଜଜ୍ କୋର୍ଟର ନବ ନିର୍ମିତ କୋଠା ଉଦଘାଟିତ

ସୋନପୁର : ସୋନପୁର ଜିଲ୍ଲା ସଦର ମହକୁମାରେ ଜିଲ୍ଲା ଦୌରା ଜଜ୍ କୋର୍ଟର ନବ ନିର୍ମିତ ଚାରିମହଲା ନୂତନ କୋଠା ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଛନ୍ତି ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହାଇକୋର୍ଟର  ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାସ, ଜଷ୍ଟିସ ଶତୃଘ୍ନ ପୁଝାରୀ ଓ ଜଷ୍ଟିସ ସାବିତ୍ରୀ ରଥୋ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ନବ ନିର୍ମିତ ଏହି ଚାରିମହଲା ଜିଲ୍ଲା ଦୌରା ଜଜ୍ କୋଠାଟି ଅତି ଉଚ୍ଚମାନର ହୋଇଥିବା ବେଳେ ଏଭଳି କୋଠାକୁ ଦେଖି ବେଶ୍ ପ୍ରଶଂସା କରିଥିଲେ ମୁଖ୍ୟ ବିଚାରପତି । ଏପରିକି ସୁବର୍ଣ୍ଣପୁର ଜିଲ୍ଲାର ଦୁଇ ହାଇକୋର୍ଟ ବିଚାରପତି ଜଷ୍ଟିସ ଚିତ୍ତରଂଜନ ଦାସ ଓ ଶତୃଘ୍ନ ପୁଝାରୀଙ୍କ ଉଦ୍ୟମ ବଳରେ ଏଭଳି କୋଠା ହୋଇ ପାରିଛି ବୋଲି କହିଥିଲେ ।

ଉଦଘାଟନୀ ଉତ୍ସବରେ ରାଜ୍ୟ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୁଝାରୀ, ଜିଲ୍ଲାପାଳ ଅବୋଲି ସୁନୀଲ ନରଓ୍ବଣେ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲାରେ ଏଭଳି ନୂତନ କୋଠା କୁ ନେଇ ଓକିଲମାନେ ବେଶ୍ ଖୁସୀ ଥିବା ବେଳେ ଜିଲ୍ଲାବାସୀ ମଧ୍ୟ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.