Latest Odisha News

BREAKING NEWS

କରୋନା ସଂକ୍ରମିତ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଅଯୋଧ୍ୟା ଗସ୍ତ ବାତିଲ କଲେ ଯୋଗୀ

ଲକ୍ଷ୍ନୌ: କ୍ୟାବିନେଟର ଜଣେ ମନ୍ତ୍ରୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେବା ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଯୋଧ୍ୟା ଗସ୍ତକୁ ବାତିଲ କରିଛନ୍ତି ।

ୟୁପି ସରକାରରେ ଵୈଷୟିକ ଶିକ୍ଷା ମନ୍ତ୍ରୀ ଥିବା କମଲା ରାଣୀ ବରୁଣଙ୍କର ଦେହାନ୍ତ ପରେ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି । ୬୨ ବର୍ଷୀୟ ଏହି ମନ୍ତ୍ରୀ ଘାଟମପୁର ବିଧାନସଭା କ୍ଷେତ୍ରର ବିଧାୟକ ଥିଲେ ।

ତେବେ ଅଗଷ୍ଟ ୫ ତାରିଖରେ ଅଯୋଧ୍ୟା ରାମ ମନ୍ଦିରର ଭୂମି ପୂଜନ ହେବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ରବିବାର ଦିନ ଅଯୋଧ୍ୟା ଗସ୍ତରେ ଯାଇ ସମସ୍ତ ପ୍ରସ୍ତୁତି ପ୍ରଣାଳୀ ଏବଂ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଥାନ୍ତେ ।

ସୂଚନାଯୋଗ୍ୟ, ଗତ ଜୁଲାଇ ମାସ ୧୮ ତାରିଖରେ କମଲା କରୋନାରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ । ପରେ ତାଙ୍କୁ ଲକ୍ଷ୍ନୌ ସ୍ଥିତ ପିଜିଆଇରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ରବିବାର ତାଙ୍କର ମୃତ୍ୟୁ ହୋଇଛି।

Leave A Reply

Your email address will not be published.