Latest Odisha News

BREAKING NEWS

ଭଉଣୀର କଙ୍କାଳ ବ୍ୟାଙ୍କ ଆଣିବା ଘଟଣା: ମୃତ୍ୟୁ ପ୍ରମାଣପତ୍ରକୁ ନେଇ RDC ଦେଲେ ସାଂଘାତିକ ତଥ୍ୟ

କେନ୍ଦୁଝର: ମାଟି ଖୋଳି ଭଉଣୀ କଙ୍କାଳ ଭାଇ ଜିତୁ ମୁଣ୍ଡା ବ୍ୟାଙ୍କ୍‌କୁ ନେବା ଘଟଣା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ତଦନ୍ତ କରୁଥିଲେ। କେଉଁ ପରିସ୍ଥିତିରେ ଭଉଣୀଙ୍କ ମୃତଦେହ ଖୋଳିବାକୁ ସେ ବାଧ୍ୟ ହେଲେ ଏବଂ ବ୍ୟାଙ୍କ କର୍ମଚାରୀ କ’ଣ ଡକ୍ୟୁମେଣ୍ଟ ମାଗିଥିଲେ, ଏ ସମ୍ପର୍କରେ ଅଧିକ ପଚାରି ବୁଝିଥିଲା ଟିମ୍। ତେବେ ପ୍ରାଥମିକ ତଦନ୍ତ ପରେ RDC ଦେଲେ ସାଂଘାତିକ ତଥ୍ୟ।

‘ଜିତୁ ମୁଣ୍ଡାଙ୍କୁ ଭଉଣୀର ମୃତ୍ୟୁ ପ୍ରମାଣ ପତ୍ର ମିଳିବାରେ ବି ବିଳମ୍ବ ହୋଇଛି’। ତଦନ୍ତ ପରେ ଏକଥା କହିଛନ୍ତି ଉତ୍ତରାଞ୍ଚଳ RDC। ଗୁରୁବାରୀ ମୁଣ୍ଡା ମୃତ କଲରା ମୁଣ୍ଡାଙ୍କ ପାଇଁ ଆବେଦନ କରିଛନ୍ତି। ଆରଡିସିଙ୍କ ସୂଚନା ଅନୁଯାୟୀ, ଜାନୁଆରୀରେ ମୃତ୍ୟୁ ହୋଇଥିଲା, ଫେବ୍ରୁଆରୀରେ ପଞ୍ଜୀକରଣ ହୋଇଛି। ମୃତ୍ୟୁ ପ୍ରମାଣ ପତ୍ର ପାଇବା ପାଇଁ ଆଫିଡେଭିଟ୍ ଦିଆଯାଇଛି। ଆଫିଡେଭିଟ୍ ଦରକାର ନଥିଲା ବେଳେ କିଏ ତାଙ୍କୁ ଖର୍ଚ୍ଚାନ୍ତ କରାଇଲା’ ବୋଲି ପ୍ରଶ୍ନ ଉଠାଇଛନ୍ତି ଆରଡିସି। ଆବେଦନ ଅନୁସାରେ ଏପ୍ରିଲ ୪ ସୁଦ୍ଧା ମୃତ୍ୟୁ ପ୍ରମାଣପତ୍ର ମିଳିବା କଥା। ହେଲେ ଏହା ମିଳିନଥିବାରୁ ଅବହେଳା ହୋଇଥିବା ସ୍ପଷ୍ଟ ହୋଇଛି। ଘଟଣାରେ ଦୋଷୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଆରଡିସି।

ଏହି ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷ ବି ଦାୟୀ। ପ୍ରାଥମିକ ଅନୁସନ୍ଧାନରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଉତ୍ତରାଞ୍ଚଳ RDC ସଂଗ୍ରାମ କେଶରୀ ମହାପାତ୍ର। ଆଜି ଗ୍ରାଉଣ୍ଡରେ ସରଜମିନ ତଦନ୍ତ ପରେ ସେ କହିଛନ୍ତି, ପ୍ରାଥମିକ ସ୍ତରରେ ଜଣାପଡୁଛି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି। ଜିଲ୍ଲାପାଳ ଓ ମୁଁ ସିସିଟିଭିକୁ ପ୍ରାୟ ୧ ଘଣ୍ଟା ତନଖି କରି ଦେଖିଛୁ। ସିସିଟିଭିରୁ ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ଫେରାଇଥିବା ଜଣାପଡ଼ିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅବହେଳା ରହିଛି, ତେଣୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

Leave A Reply

Your email address will not be published.