Latest Odisha News

BREAKING NEWS

ଭୀମସାରରେ ଡିସେମ୍ବର ସୁଦ୍ଧା ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ ହେବେ: ମନ୍ତ୍ରୀ

ଭୁବନେଶ୍ୱର: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ (ଭୀମସାର)ରେ ଡିସେମ୍ବର ସୁଦ୍ଧା ସ୍ଥାୟୀ ନିର୍ଦ୍ଦେଶକ ନିଯୁକ୍ତ କରିବେ ଓଡିଶା ସରକାର।

ଏନେଇ ରବିବାର ଦିନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ପ୍ରକାଶ କରିଛନ୍ତି ।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଏହି ପଦବୀ ଲାଗି ଗଣମାଧ୍ୟମରେ ଦୁଇ ଥର ବିଜ୍ଞାପନ ଦିଆଯାଇଥିଲେ ମଧ୍ୟ ଏଯାବତ୍ କେହି ଆବେଦନ କରିନାହାଁନ୍ତି । ଏଥିପାଇଁ ସରକାରଙ୍କ ପକ୍ଷରୁ ଆଉ ଥରେ ବିଜ୍ଞାପନ ପ୍ରକାଶ ପାଇବ ।

ଉଲ୍ଲେଖନୀୟ, ଫେବୃଆରୀ ୯ ତାରିଖରେ ଭୀମସାରର ନିର୍ଦ୍ଦେଶକ ଡ. ଅଶ୍ୱିନୀ କୁମାର ପୂଜାହାରୀ ଦିନ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ସେହି ଦିନ ଠାରୁ ଏହି ପଦବୀ ଖାଲି ରହିଛି ।

ସରକାରୀ ନିର୍ଦ୍ଦେଶାନୁସାରୋ ଗତ ବର୍ଷ ଡିସେମ୍ବର ୧୭ ତାରିଖରୁ ସେ ଛୁଟିରେ ରହିଥିବା ବେଳେ ପ୍ରଫେସର ପ୍ରକାଶ ମହାପାତ୍ରଙ୍କୁ ଭିମସାର ଇନଚାର୍ଜ ଡାଇରେକ୍ଟର ଭାବେ ନିଯୁକ୍ତି ଦିଆଯାଇଛି ।

Leave A Reply

Your email address will not be published.