Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଶ୍ରୀକ୍ଷେତ୍ର ସାହିଯାତ: ଚୈତ୍ର ଶୁକ୍ଳ ଚତୁର୍ଦଶୀରେ ମାୟାମୃଗ ଓ ସୀତାଚୋରି ନୀତି

ଶ୍ରୀରାମ ନବମୀଠାରୁ ଆରମ୍ଭ ହୋଇଛି ସାହିଯାତ । ଶ୍ରୀକ୍ଷେତ୍ର ସାହିଯାତରେ ସୀତା ଚୋରି। ଚୈତ୍ର ଶୁକ୍ଳ ଚତୁର୍ଦଶୀ ତିଥିରେ କୁଣ୍ଢେଇବେଣ୍ଟ ସାହି ଆଖେଡା ପକ୍ଷରୁ ମାୟାମୃଗ ଓ ସୀତାଚୋରି ନୀତି କରାଯାଇଥିଲା । କୁଣ୍ଢେଇବେଣ୍ଟ ସାହି ପକ୍ଷରୁ ମାୟା ରାବଣ,ନବଶିରା, ସପ୍ତଶିରା, ପଞ୍ଚଶିରା, ନାଗା, ମେଢ଼ ବେଶଧାରୀ ଆଦି ବିଭିନ୍ନ ଚରିତ୍ର ଗୁଡିକ ବାଦୀ ସାହି ଦୋଳମଣ୍ଡପ ସାହି ପରିକ୍ରମା କରିଥିଲା ।

ସେଥିପାଇଁ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ କୁଣ୍ଢେଇବେଣ୍ଟ ସାହି ଲୋକଙ୍କୁ ସ୍ୱାଗତ କରାଯାଇଥିଲା । ଶେଷରେ ମହାପ୍ରଭୁଙ୍କ ଅଜ୍ଞାମାଳ ପାଇବା ପରେ ରାବଣ ବେଶଧାରୀ ଚରିତ୍ର ଜଗନ୍ନାଥ ବଲ୍ଳବ ମଠକୁ ଯାଇଥିଲା । ଅନ୍ୟପଟେ ଶ୍ରୀମନ୍ଦିରରୁ ଆସିଥିବା ମୃଗ ପଟଚିତ୍ର ଜଗନ୍ନାଥବଲ୍ଳବ ମଠରେ ପହଂଚିବା ପରେ ବିରଵାଦ୍ୟର ତାଳେ ତାଳେ ରାବଣ ନୃତ୍ୟ ପରିବେଷଣ କରିଥିଲା।

ବିମାନରେ ଯାଇଥିବା ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ନିକଟରେ ସୀତାଚୋରି ନୀତି କରାଯିବା ପରେ ମହାପ୍ରଭୁଙ୍କ ବିମାନ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ । ଶନିବାର ସାହିଯାତରେ ଦୋଳମଣ୍ଡପ ସାହି ଆଖେଡା ପକ୍ଷରୁ ଲଙ୍କାପୋଡି ନୀତି ଅନୁଷ୍ଠିତ ହେବ।

Leave A Reply

Your email address will not be published.