Latest Odisha News

BREAKING NEWS

କୁତ୍ରିମ ଉପାୟରେ ସୁରକ୍ଷା ଦିଆଯାଇଥିବା ଅଣ୍ଡାରୁ ବାହାରିଲା ୧୬ଟି ବେଙ୍ଗଲ ମନିଟର ଗୋଧି ଛୁଆ

ଭୁବନେଶ୍ୱର : କୁତ୍ରିମ ଉପାୟରେ ଯତ୍ନ ପରେ ଫୁଟିଲା ଅଣ୍ଡା ବାହାରିଲା ଗୋଧିଛୁଆ । ୧୬ଟି ଅଜଣା ଅଣ୍ଡାରୁ ବାହାରିଲେ ବେଙ୍ଗଲ ମନିଟର ଗୋଧି ଛୁଆ । ଏହି ଅଣ୍ଡା ଗୁଡିକ ଫୁଟାଇବା ପାଇଁ ସ୍ନେକ ହେଲପ ଲାଇନ ୨୨୩ ଦିନ ଯାଏଁ ଯତ୍ନ ନେଇଥିଲେ ।  ଦୀର୍ଘ ସାତ ମାସ  ପରିଶ୍ରମ ପରେ ସେହି ଅଣ୍ଡାରୁ ୧୬ ଟି ବେଙ୍ଗଲ ମନିଟର ଗୋଧି ଛୁଆ ଫୁଟି ବାହାରିଛନ୍ତି । ଏହି ଅଣ୍ଡାଗୁଡିକ ଖୋର୍ଦ୍ଧା  ଜିଲ୍ଲା ବାଲିପାଟଣା ଅନ୍ତର୍ଗତ ଷଠିଲୋ ଗାଁର ବଳଭଦ୍ର ପ୍ରସାଦ ପତିଙ୍କ ଫାର୍ମ ହାଉସରୁ ମିଳିଥିଲା ।

୨୦୨୧ ମସିହା ଗତ ସେପ୍ଟେମ୍ବର ୫ ତାରିଖ ଧଳା ରଙ୍ଗର ନରମ ଖୋଳ ବିଶିଷ୍ଟ କିଛି ଅଣ୍ଡା ମିଳିଥିଲା । ସେହି ଅଣ୍ଡାର ଫଟୋକୁ ଖୋର୍ଦ୍ଧା ଜିଲ୍ଲାର ବନ୍ୟପ୍ରାଣୀ ତତ୍ୱାବଧାରକ ସ୍ନେକ ହେଲପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କ ନିକଟକୁ ପଠାଯାଇଥିଲା । ପରେ ସ୍ନେକ ହେଲପ ଲାଇନ ସଦସ୍ୟ ଘଟଣା ସ୍ଥଳକୁ ଯାଇ ୧୬ ଟି ଅଣ୍ଡା ଉଦ୍ଧାର କରି ସ୍ନେକ ହେଲପ ଲାଇନ କାର୍ଯ୍ୟାଳୟକୁ ଆଣିଥିଲେ । ଅଣ୍ଡାକୁ କୁତ୍ରିମ ଉପାୟରେ ଫୁଟାଇବାର ବ୍ୟବସ୍ଥା କରାଯାଇଥିଲେ ।ହେଲେ ଦୀର୍ଘ ସାତ ମାସ ପରେ ସେହି ଅଣ୍ଡାରୁ ୧୬ ଟି ବେଙ୍ଗଲ ମନିଟର ଗୋଧି ଛୁଆ ଫୁଟି ବାହାରିଛନ୍ତି ।

ସେହି ଗୁଡିକ ଗୋଧି ଛୁଆ ବୋଲି ଶୁଭେନ୍ଦୁ ମଲ୍ଲିକ ଚିହ୍ନଟ କରିଥିଲେ । ଅନାପଟେ ଏହି ଅଣ୍ଡା ଗୁଡିକୁ ଓୟୁଏଟିର ଭେଟେନାରୀ କଲେଜର ଡାକ୍ତର ଇନ୍ଦ୍ରମଣି ନାଥ ଏକ୍ସ ରେ କରିଥିଲେ ।ଏହି ଏକ୍ସରରେ ଗୋଧି ଛୁଆ ମାନଙ୍କର ଖପୁରୀ , ମେରୁଦଣ୍ଡ, ଗୋଡ ଆଦି ସ୍ପଷ୍ଟ ଦେଖାଯାଥିଲା । ପ୍ରଫେସର ପରେ ସମସ୍ତ ଗୋଧି ଝୁଆଙ୍କୁ ସିଟି ଫରେଷ୍ଟ ଡିଭିଜନର ମଞ୍ଚେଶ୍ୱର ରେଞ୍ଜର ଫରେଷ୍ଟ ଗାର୍ଡଙ୍କ ଉପସ୍ଥିତିରେ ଭୁବନେଶ୍ୱର ଉପକଣ୍ଠରେ ଏକ ଉପଯୁକ୍ତ ପ୍ରାକୃତିକ ଛାଡି ଦିଆଯାଇଛି । ଏବେ ବେଙ୍ଗଲ ମନିଟର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହି ଘଟଣା ଓଡ଼ିଶାରେ ପ୍ରଥମ ।

ଶୁଭେନ୍ଦୁ ଏନେଇ କୁହନ୍ତି “ମୁଁ ଆଗରୁ ଅନେକ ନାଗ, ତମ୍ପ, ଢମଣା ସାପ ଅଣ୍ଡାକୁ ଫୁଟେଇ, ଛୁଆମାନଙ୍କୁ ପ୍ରାକୃତିକ ଆବାସରେ ଛାଡ଼ିଛି । ଏଣୁଏଇ ଅଣ୍ଡା ସାପ ଅଣ୍ଡା ନୁହେଁ ବୋଲି ନିଶ୍ଚିତ ଥିଲି, ହେଲେ କାହା ଅଣ୍ଡା ଅନୁମାନ କରିପାରିନଥିଲି” । ସେଇ ଅଣ୍ଡା ଗୁଡିକୁ କୃତ୍ରିମ ଉପାୟରେ ଫୁଟେଇବା ବ୍ୟବସ୍ଥା କରି ଶୁଭେନ୍ଦୁ ସେତେବେଳେ ନବମ ଶ୍ରେଣୀ ରେ ପଢୁଥିବା ନିଜର ପୁଅ ଅଂଶୁମାନ ମଲ୍ଲିକଙ୍କୁ ଅଣ୍ଡା ଗୁଡିକର ଯତ୍ନ ନେବାକୁ କହିଥିଲେ । ଶୁଭେନ୍ଦୁ ଭାବିଥିଲେ ହୁଏତ ଅଣ୍ଡା ଗୁଡିକ ନଷ୍ଟ ହେଇ ଯାଇଛି ।

ତେବେ, ଦିନ ପରେ ଦିନ, ମାସ ପରେ ମାସ ବିତି ଚାଲିଲା । ୬ ମାସ ବିତିବା ପରେ ଶୁଭେନ୍ଦୁ ଆଉ ଆଶା ରଖିନଥିଲେ ଜେ ଆଉ ଅଣ୍ଡା ଗୁଡିକ ଫୁଟିବ ।  ମାର୍ଚ୍ଚ ୨୦୨୨ ରେ ଅଣ୍ଡା ଭିତରୁ ବିକାଶଶୀଳ ଭ୍ରୁଣର ମୁଣ୍ଡକୁ ଦେଖାଗଲା ଏବଂ ସେତେବେଳେ ଅଣ୍ଡା ଭିତରେ ଗୋଧି ଛୁଆ ଥିବାର ସମ୍ଭାବନା ଦୃଢୀଭୂତ ହେଲା । ଏହାପରେ, ଭାରତୀୟ ଗୋଧି ମାନଙ୍କର ପ୍ରଜନନ ଉପରେ ଅଧିକ ଗବେଷଣା କରିବାରୁ ଗୋଧି ଅଣ୍ଡା ଫୁଟିବା ପାଇଁ ଅଧିକ ସମୟ ଏବଂ ପ୍ରାୟ ୯ ମାସ ସମୟ ଲାଗୁଥିବା ଜଣା ପଡିଥିଲା ।

ବହୁଳ ଶୀକାର ହେତୁ ବେଙ୍ଗଲ ମନିଟର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । କିଛି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକମାନେ ମାଂସ ପାଇଁ ଗୋଧି ମାନଙ୍କୁ ହତ୍ୟା କରନ୍ତି । | ବେଙ୍ଗଲ ମନିଟର ଗୋଧି ଛାଲକୁ ଓଡିଶାରେ ଏକ ପାରମ୍ପାରିକ ବାଦ୍ୟଯନ୍ତ୍ର “ଖଞ୍ଜଣୀ” ତିଆରିରେ ବ୍ୟବହୃତ ହୁଏ । ଅଣ୍ଡିରା ଗୋଧିଙ୍କୁ ହତ୍ୟା କରି ତାଙ୍କ ଦେହରୁ ଯୌନାଙ୍ଗ କୁ କାଟି ବାହାର କରି “ହାତଯୋଡି” ନାମକ ଚମତ୍କାରୀ ବସ୍ତୁ ଭାବରେ ଲୋକଙ୍କୁ ଠକେଇରେ ବ୍ୟବହାର ବହୁଳ ମାତ୍ରାରେ ହୋଇଥାଏ ।

ଏଇ ସବୁ କାରଣରୁ ହଜାର ହଜାର ଗୋଧି ଅକାଳ ମୃତ୍ୟୁବରଣ କରିଥାନ୍ତି । ତେବେ, ଏଇ ବେଙ୍ଗଲ ମନିଟର ଗୋଧି ପ୍ରଜାତିକୁ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ, ୧୯୭୨ ଅନୁଯାୟୀ ସର୍ବାଧିକ ସଂରକ୍ଷଣ ଦିଆଯାଇଛି । ତଫସିଲ ୧ ଅନ୍ତର୍ଭୁକ୍ତ ଏଇ ଗୋଧି କୁ ଶୀକାର କଲେ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ପ୍ରାବଧାନ ରହିଅଛି ।ଏନେଇ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଆମେ ଯଦି ଗୋଧି ଅଣ୍ଡାର ଯତ୍ନ ନନେଇ ଥାନ୍ତୁ ସବୁ ଅଣ୍ଡା ନିଶ୍ଚୟ ନଷ୍ଟ ହୋଇଥାନ୍ତା । ୨୨୩ ଦିନ ଯତ୍ନ କରି ଆମେ ୧୬ ଟି ବେଙ୍ଗଲ ମନିଟର ଗୋଧି ଛୁଆ ପ୍ରକୃତିକୁ ଦେଇ ପାରିଥିବାରୁ ବହୁତ ଖୁସି” ।

Leave A Reply

Your email address will not be published.