Latest Odisha News

BREAKING NEWS

ଆତ୍ମହତ୍ୟା କଲା ଝିଅ, ରାଗରେ ଶାଶୁ, ଶଶୁରଙ୍କୁ ଜିଅନ୍ତା ଜାଳିଦେଲେ ଝିଅର ପରିବାର ଲୋକ

ପ୍ରୟାଗରାଜ: ଶାଶୁଘରର ନିର୍ଯାତନା ସହି ପାରିଲାନି ଝିଅ । ଶେଷରେ ନେଲା ଆତ୍ମହତ୍ୟା ପରି ଚରମ ନିଷ୍ପତି । ଘର ଭିତରୁ ମିଳିଲା ଝିଅର ଝୁଲନ୍ତା ମୃତଦେହ । ଝିଅର ମୃତଦେହ ଦେଖି ନିଜର ବିବେକ ହରେଇ ବସିଲେ ଝିଅର ବାପଘର ଲୋକ । ପାଦ ତଳୁ ସତେ ଯେପରି ମାଟି ଖସିଗଲା । ଦୁଃଖ ସହ କ୍ରୋଧକୁ ନିଜ ଭିତରେ କାବୁ କରିପାରିଲେନି ପରିବାର ଲୋକେ । ଶେଷରେ ଘଟାଇଲେ ଜଘନ୍ୟ କାଣ୍ଡ । ଉତ୍ତ୍ୟକ୍ତ ହୋଇ ଝିଅର ଶାଶୁଘରେ ଲଗାଇଦେଲେ ନିଆଁ । ଫଳରେ ଘର ଭିତରେ ଜିଅନ୍ତା ଜଳିଗଲେ ମୃତ ଝିଅର ଶାଶୁ ଶଶୁର । ଏପରି ଏକ ଲୋମହର୍ଷଣକାରୀ ଘଟଣା ଦେକିବାକୁ ମିଳିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ।

ସୂଚନା ଅନୁସାରେ, ୨୦୨୩ ମସିହା ଫେବୃଆରୀ ମାସରେ ଅଂଶୁ କେସରୱାନୀଙ୍କ ସହ ମୃତ ୨୧ ବର୍ଷୀୟ ମହିଳା ଅଂଶିକା କେସରୱାନୀଙ୍କ ବିବାହ ହୋଇଥିଲା । ଅଂଶିକାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ ବିବାହ କାଳରୁ ଅଂଶିକାକୁ ତାଙ୍କ ଶାଶୁ ଘର ଲୋକ ଯୌତୁକ ନିର୍ଯ୍ୟାତନା ଦେଉଥିଲେ । ମଝିରେ ମଝିରେ ତାଙ୍କୁ ମାରପିଟ ମଧ୍ୟ କରୁଥିଲେ । ନିର୍ଯ୍ୟାତନା ଅସହ୍ୟ ହେବାରୁ ଅଂଶିକା ଆଉ ସହି ନପାରି ଶେଷରେ ଆତ୍ମହତ୍ୟା କରିଥିଲେ । ଝିଅର ଆତ୍ମହତ୍ୟା ଖବର ପହଞ୍ଚିବା କ୍ଷଣି ତୁରନ୍ତ ଝିଅର ଶାଶୁଘରେ ପହଞ୍ଚିଥିଲେ ଝିଅର ପରିବାର ଲୋକେ । ଉଭୟ ପରିବାରଙ୍କ ମଧ୍ୟରେ ଅନେକ ସମୟ ଧରି ଯୁକ୍ତିତର୍କ ଚାଲିଥିଲା । ଝିଅର ଆତ୍ମହତ୍ୟା ପାଇଁ ଶାଶୁଘର ଲୋକଙ୍କୁ ଦାୟୀ କରୁଥିଲେ ଝିଅର ବାପଘର ଲୋକେ । ଏହି ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ।

କିନ୍ତୁ ଉଭୟ ପରିବାର ମଧ୍ୟରେ ଝଗଡା ନ କମି ବରଂ ବଢିବାରେ ଲାଗିଥିଲା । ଶେଷରେ ଉତ୍ୟକ୍ତ ହୋଇ ବାପଘର ଲୋକେ ଝିଅର ଶାଶୁଘରେ ନିଆଁ ଲଗାଇଦେଇଥିଲେ । ଘର ଭିତରୁ ତୁରନ୍ତ ୫ଜଣଙ୍କୁ ଉଦ୍ଧାର କରାଯାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲା । ନିଆଁକୁ ଆୟତ୍ତ କରାଯିବା ପରେ ଘର ଭିତରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ହେଉଛନ୍ତି ଅଂଶିକାଙ୍କ ୬୨ ବର୍ଷିୟ ଶାଶୁ ଶୋଭା ଦେବୀ ଓ ୬୪ ବର୍ଷିୟ ଶ୍ୱଶୁର ରାଜେନ୍ଦ୍ର କେସରୱାନ । ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା କହିଛି ପୋଲିସ ।

 

Leave A Reply

Your email address will not be published.