Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ପାରମ୍ପରିକ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ

ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ପାରମ୍ପରିକ ସାହିଯାତ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖେଡା ପକ୍ଷରୁ ଏହି ଚରିତ୍ର ଗୁଡିକ ପରିବେଷଣ କରାଯାଇଥିଲା ।

ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ସାହିଯାତର ତୃତୀୟ ଦିବସ ଏକାଦଶୀ ତିଥିରେ ସୀତାବିବାହ ପ୍ରସ୍ତାବ ଓ ପର୍ଶୁରାମ ଅନୁଷ୍ଠିତ ହୋଇଯାଇଛି । ହରଚଣ୍ଡୀ ସାହି ଆଖେଡା ପକ୍ଷରୁ ଏହି ଚରିତ୍ର ଗୁଡିକ ବାହାରିଥିଲା । ଏହି ଅବସରରେ ଶ୍ରୀଜୀଉଙ୍କ ଦକ୍ଷିଣୀଘର ଭୋଗ ପରେ ଶ୍ରୀରାମ ଓ ଶ୍ରୀ ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ । ପରେ ଶ୍ରୀଜିଉଙ୍କ ଅଜ୍ଞାମାଳ ପାଇଁ ରାମ ଲକ୍ଷ୍ମଣ ବିମାନରେ ବିଜେ ହୋଇ ଶ୍ରୀଜଗନ୍ନାଥ ବଲ୍ଳଭ ମଠକୁ ବିଜେ କରିଥିଲେ ।

ସେଠାରେ ସାହିଯାତ ନୀତି ସମାପନ ହେବା ପରେ ରାମ ଲକ୍ଷ୍ମଣ ବିମାନରେ ଶ୍ରୀମନ୍ଦିରକୁ ବାହୁଡା଼ ବିଜେ କରିଥିଲେ । ଅନ୍ୟପଟେ ହରଚଣ୍ଡୀ ସାହି ଆଖେଡା ପକ୍ଷରୁ ପର୍ଶୁରାମ ଚରିତ୍ର ପରିବେଷଣ କରାଯାଇଥିଲା ।  ବିର ବେଶରେ ସଜିତ ପର୍ଶୁରାମ ବାଦ୍ୟର ତାଳେ ତାଳେ ବାଦୀ ସାହି ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ ।

ପର୍ଶୁରାମ ସମେତ ନାଗା, ମେଢ଼, ବନାଟୀ ଖେଳ ସମେତ ଅନେକ ଚରିତ୍ର ବାହାରି ବାଲିସାହିରେ ନୃତ୍ୟ ପରିବେଷଣ କରିଥିଲେ । ସେଥିପାଇଁ ବାଲିସାହିକୁ ଉଦଜଳ ଆଲୋକମାଳାରେ ସଜିତ କରାଯାଇଥିଲା । ଆଜି ମାର୍କଣ୍ଡେଶ୍ୱର ସାହି ଆଖେଡା ପକ୍ଷରୁ ବନବାସ ପ୍ରସ୍ତାବ କରାଯିବ ।

Leave A Reply

Your email address will not be published.