Latest Odisha News

BREAKING NEWS

ମାନସ ସ୍ୱାଇଁ ହତ୍ୟା ମାମଲାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ସହ ଅଭିଯୁକ୍ତଙ୍କ ଟି ଆଇ ପ୍ୟାରେଡ ହେବ : କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାଙ୍କୁ ପଚରାଉଚରା ଜାରି ରଖିଛି । ହେଲେ ଏବେ ପୁଣି ଏହି ଘଟଣାରେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରାଯିବ ।

ମିଳିଥିବା ରିପୋର୍ଟ ଅନୁଯାୟୀ ତିନିଜଣ ସାକ୍ଷୀ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ । ଚାନ୍ଦବାଲି ଜେଏମଏଫସି କୋର୍ଟରେ ବୟାନ୍ ରେକର୍ଡ ହେବ । ତା ସହ ସମସ୍ତ ଅଭିୁକ୍ତଙ୍କ ହେବ ଟି ଆଇ ପ୍ୟାରେଡ । ଟି ଆଇ ପ୍ୟାରେଡ ମାଧ୍ୟମରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ନେଇ ନିଷ୍ପତ୍ତି ହୋଇଛି ।

ଅନ୍ୟପଟେ ଅଭିଯୁକ୍ତ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ପ୍ରମାଣ ନଷ୍ଟ କରିବା ନେଇ ସ୍ପଷ୍ଟ ହୋଇଛି । ଛାନଭିନରେ ଟାଙ୍ଗୀ ଟୋଲଗେଟରେ ଲାଗିଥିବା ସିସିଟିଭି ଫୁଟେଜରେ ମିଳିଛି ବଳିଷ୍ଠ ପ୍ରମାଣ । ସିସିଟିଭିରେ ଶର୍ମିଷ୍ଠାଙ୍କ ହୁଣ୍ଡାଇ କାରକୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଶର୍ମିଷ୍ଠାଙ୍କ ଅପିସରେ ଥିବା କମ୍ପ୍ୟୁଟରୁ ଡିଲିଟ୍ ହୋଇଥିବା ଡାଟାକୁ ରିକଭରି କରିବା ପାଇଁ କ୍ରାଇମବ୍ରାଂଚ ଚେଷ୍ଟା ଜାରି ରଖିଛି ।

Leave A Reply

Your email address will not be published.