Latest Odisha News

ଆରପାରିରେ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ଆଉ ନାହାନ୍ତି ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀ । ଗୁରୁବାର ଦିଲ୍ଲୀ ଏମ୍ସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି ।

ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା । ଗତ ୧୯ ତାରିଖରେ ତାଙ୍କୁ ଅତ୍ୟଧିକ ଜର ହେବାରୁ ସେ ଦିଲ୍ଲୀ ଏମ୍ସରେ ଜରୁରୀକାଳୀନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ । ପରେ ତାଙ୍କ ସ୍ଥିତି ଅଧିକ ବିଗିଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆହୁରି ମଧ୍ୟ ସେ ଫୁସଫୁସ ଜନିତ ରୋଗରେ ମଧ୍ୟ ପୀଡିତ ଥିଲେ । ତେବେ ଏହି ନିକଟ ଅତୀତରେ ତାଙ୍କର ମୋତିଆ ବିନ୍ଦୁର ମଧ୍ୟ ଅପରେସନ ହୋଇଥିଲା ।

ତେବେ ବରିଷ୍ଠ ନେତା ସୀତାରାମ ୟେଚୁରୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇଏମ୍)ର ମହାସଚିବ ଥିଲେ । ୧୯୯୨ରେ ସେ ପୋଲିତ ବ୍ୟୁରୋର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଏହା ପୂର୍ବରୁ ସେ ୨୦୦୫ରୁ ୨୦୧୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ । ୧୯୭୪ରେ ସେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ବା ଏସଏଫଆଇରେ ସାମିଲ ହୋଇଥିଲେ । ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ।

Comments are closed.