Latest Odisha News

BREAKING NEWS

ସୀତାରାମ ୟେଚୁରୀଙ୍କ ପାର୍ଥିବ ଶରୀର ହସ୍ପିଟାଲକୁ ଦାନ କଲେ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଗୁରୁବାର ଦିନ ସୀତାରାମ ୟେଚୁରୀଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ବର୍ତ୍ତମାନ ତାଙ୍କର ପାର୍ଥିବ ଶରୀରକୁ ଶିକ୍ଷା ଏବଂ ଗବେଷଣା ଉଦ୍ଦେଶ୍ୟରେ ପରିବାର ବର୍ଗ ନୂଆଦିଲ୍ଲୀ ଏମ୍ସକୁ ଦାନ କରି ଦେଇଛନ୍ତି।

ତେବେ ସେ ନମୋନିଆ ଜନିତ ସଂକ୍ରମଣରେ ଆକ୍ରାନ୍ତ ହୋଇଥିଲେ। ଏଥିଯୋଗୁ ତାଙ୍କ ଶ୍ୱାସନଳୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ବୋଲି ସୂଚନା ମିଳିଛି।

ଅଧିକ ପଢନ୍ତୁ- ଛାତ୍ରନେତାରୁ ରାଜନେତା, ଜାଣନ୍ତୁ କିଭଳି ଥିଲା ସୀତାରାମ ୟେଚୁରୀଙ୍କ ରାଜନୈତିକ କ୍ୟାରିୟର

ଉଲ୍ଲେଖଯୋଗ୍ୟ, ବରିଷ୍ଠ ନେତା ସୀତାରାମ ୟେଚୁରୀ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇଏମ୍)ର ମହାସଚିବ ଥିଲେ। ୧୯୯୨ରେ ସେ ପୋଲିତ ବ୍ୟୁରୋର ଅଧ୍ୟକ୍ଷ ମଧ୍ୟ ରହିଥିଲେ । ଏହା ପୂର୍ବରୁ ସେ ୨୦୦୫ରୁ ୨୦୧୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ସାଂସଦ ଭାବେ ମନୋନୀତ ହୋଇଥିଲେ । ୧୯୭୪ରେ ସେ ଷ୍ଟୁଡେଣ୍ଟ ଫେଡେରେସନ ଅଫ ଇଣ୍ଡିଆ ବା ଏସଏଫଆଇରେ ସାମିଲ ହୋଇଥିଲେ । ପରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ ।

 

 

Comments are closed.