Latest Odisha News

ଗ୍ୟାସ,କୋଷ୍ଠକାଠିନ୍ୟ,ଏସିଡିଟି ପାଇଁ ରାମବାଣ ‘ବଜ୍ରାସାନ ‘

ଭୁବନେଶ୍ବର: ଆଜିକାଲି ଗ୍ୟାସ,କୋଷ୍ଠକାଠିନ୍ୟ,ଏସିଡିଟି ସାଧାରଣ ଭାବେ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଏବେର ବ୍ୟସ୍ତବହୁଳ ଆରମଦାୟକ ଜୀବନଯାପନ ପ୍ରଣାଳୀ ଏହାର ମୁଖ୍ୟ କାରଣ ଅଟେ । ସେଥିପାଇଁ ଦିନଚର୍ଯ୍ୟାରେ ଯୋଗକୁ ସାମିଲ କରିବା ଜରୁରୀ ହୋଇପଡିଛି । ଜାଣିଛନ୍ତି କି, ଏହି ବଜ୍ରାସାନ ଖାଇବା ଖାଇଲା ପରେ କଲେ ହଜମପ୍ରକ୍ରିୟା ସଠିକ୍ ଭାବରେ ହୋଇଥାଏ । ଆସନ୍ତୁ ଜାଣିବା ଏହା କିପରି କରିବେ ଓ ଏହାର ଲାଭ :-

ବଜ୍ରାସାନ କିପରି କରିବେ

ପ୍ରଥମେ ଆଣ୍ଠୁମାଡି ବସିବେ । ଉଭୟ ପାଦର ଆଙ୍ଗୁଠିକୁ ଏକତ୍ର କରିବେ ଏବଂ ଗୋଡକୁ ଅଲଗା ରଖିଥିବେ । ହିପ୍ କୁ ଗୋଡର ଗୋଇଠି ଉପରେ ରଖନ୍ତୁ । ହାତ ଦ୍ବୟ କୁ ଆଣ୍ଠୁ ଉପରେ ରଖନ୍ତୁ । ମେରୁଦଣ୍ଡ ଏବଂ ମୁଣ୍ଡକୁ ସିଧା ରଖିବେ । ଉଭୟ ଆଣ୍ଠୁ ଏକାଠି ରଖିବେ । ଏହାପରେ ଆଖିବନ୍ଦ କରି ଗଭୀର ନିଶ୍ବାସ ପ୍ରଶ୍ବାସ ନିଅନ୍ତୁ । ଏହି ଆସନରେ ପ୍ରାୟ ଦଶ ମିନିଟ୍ ବସନ୍ତୁ । ଯଦି ଆଣ୍ଠୁ ବ୍ୟଥା ହେଉଛି ଏହି ଆସନରେ ବେଶି ସମୟ ବସନ୍ତୁ ନାହିଁ ।

କ’ଣ ମିଳେ ଲାଭ

-ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ମିଳେ
-ପିଠି ଯନ୍ତ୍ରଣାରୁ ମୁକ୍ତି ମିଳେ
-ପେଟରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ
-ଚର୍ବି ହୁଏ ନାହିଁ
-ଋତୁସ୍ରାବ ଯନ୍ତ୍ରଣାରୁ ଆରମ ମିଳେ
-ବଜ୍ରାସାନ କରି ହଜମ ଶକ୍ତି ଅଧିକ ମଜବୁତ ହୁଏ । ଏହା ଗରିଷ୍ଠ ଭୋଜନକୁ ହଜମ କରିବାରେ ସକ୍ଷମ ହୁଏ ଏବଂ ଗ୍ୟାସ୍, ଅମ୍ଳତା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ହୋଇନଥାଏ | ଏହି ଯୋଗ ଆସାନା କରିବା ମଧ୍ୟ ସହଜ ଅଟେ ।

 

Leave A Reply

Your email address will not be published.