Latest Odisha News

ଜାମ୍ମୁ-କାଶ୍ମୀରରେ ବଢିଛି ଆତଙ୍କବାଦୀ କାର୍ଯ୍ୟକଳାପ: ସ୍ଥଳସେନା ମୁଖ୍ୟ

ହାଇଦ୍ରାବାଦ: ଆଜି ୭୬ତମ ସେନା ଦିବସ ପାଳୁଛି ଦେଶ । ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ନିଜର ଅଭିଭାଷଣ ରଖିଛନ୍ତି । ସେନା କିଭଳି ମଣିପୁର ସ୍ଥିତିକୁ ଆୟତ୍ତ କରିଛି ସେ ସମ୍ପର୍କରେ କହିଛନ୍ତି।ଏଥିସହ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଥିବା କହିଛନ୍ତି ଜେନେରାଲ ମନୋଜ ପାଣ୍ଡେ ।

ମଣିପୁରରେ ଭାରତୀୟ ସେନା ଓ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ହିଂସାତ୍ମକ ସ୍ଥିତିକୁ ଆୟତ୍ତ କରାଯାଇପାରିଛି । ବିଦ୍ରୋହୀମାନଙ୍କ ସହ ଆଲୋଚନା ଯୋଗୁଁ ମଧ୍ୟ ଉତ୍ତର ପୂର୍ବରେ ବିକାଶ ଘଟିଛି ।ସ୍ଥାନୀୟ ବିଦ୍ରୋହୀମାନଙ୍କ ସହ ଶାନ୍ତିପୂର୍ଣ୍ଣ ବୁଝାମଣା ତଥା ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ କିଛି ବର୍ଷ ହେଲା ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ବାତାବରଣ ଶାନ୍ତିପୂର୍ଣ୍ଣ ରହିଛି । ଯେଉଁଥିପାଇଁ ସେହି ଅଞ୍ଚଳରେ ସକରାତ୍ମକ ବିକାଶ ମଧ୍ୟ ଘଟିଛି ।

ମଣିପୁରରେ ସରକାରଙ୍କ ସକ୍ରିୟ ପଦକ୍ଷେପ ଓ ଭାରତୀୟ ସେନାଙ୍କ ପ୍ରୟାସ ଯୋଗୁ ସ୍ଥିତି ଆୟତ୍ତାଧୀନ ହୋଇପାରିଛି । କଠିନ ଓ ସମ୍ବେଦନଶୀଳ ପରିସ୍ଥିତିରେ ସୈନ୍ୟମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ସେ କହିଛନ୍ତି।

ସେହିପରି ଜାମ୍ମୁ-କାଶ୍ମୀରରେ କିଛି ଦିନ ହେବ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ପଶ୍ଚିମ ସୀମାରେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି କିନ୍ତୁ ଗତ କିଛି ମଧ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢିଛି। ଏଲଓସିର କିଛି ସ୍ଥାନରେ ଅସ୍ତ୍ରବିରତି ଉଲ୍ଲଂଘନ ମଧ୍ୟ ହୋଇଛି । ବର୍ତ୍ତମାନ ସବୁ ପ୍ରକାର ସ୍ଥିତିକୁ ମୁକାବିଲା ପାଇଁ ସେନା ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି।

 

Comments are closed.