ମୟୂରଭଂଜ ଜିଲ୍ଲା ବାଇଗଣ ବାଡିଆ ନିକଟରେ ଯୁବକଙ୍କ ଉପରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ଉତରାଂଚଳ ଡିଆଇଜିଙ୍କ ନିର୍ଦ୍ଦେଶରେ ମୟୂରଭଂଜ ପୋଲିସର ସ୍ୱତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢାଉ କରି ସିସିଟିଭି ଫୁଟେଜ ଯାଞ୍ଚ ହୋଇଥିଲା । ସାଇଣ୍ଟିଫ୍ଖଳ ରିପୋର୍ଟ ଓ ସିସିଟିଭି ପୁଟେଜକୁ ଲକ୍ଷ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ ୨୩ ତାରିଖରେ ଜଣେ ଯୁବକ ମଦ ଦୋକନାରୁ ୯ ଲକ୍ଷ ଟଙ୍କା ନେଇ ବାରିପଦା ଆସୁଥିଲେ । ଏହି ସମୟରେ କିଛି ଦୁବୃତ୍ତବାଇଗଣ ବାଡିଆ ନିକଟରେ ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ । ଯୁବକ ଜଣଙ୍କ ଟଙ୍କା ନଦେବାରୁ ତାଙ୍କ ଉପରକୁ ଗୁଳି ଚଳାଇ ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ । ଗୁଳିମାଡ ପରେ ଯୁବକ ଜଣଙ୍କ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ପୋଲିସ ସେମାନଙ୍କୁ ଗିରଫ କରିବା ପରେ ବନ୍ଧୁକ, ଅଫୁଟା ଗୁଳି, ମୋବାଇଲ ଓ ସିମକାର୍ଡ ଜବତ କରିଛି । ଅଭିଯୁକ୍ତମାନେ ଗଞ୍ଜାମ, ମୟୂରଭଞ୍ଜ ଏବଂ ବାଲେଶ୍ୱର ଅଞ୍ଚଳର ବୋଲି ଏସପି ସୂଚନା ଦେଇଛନ୍ତି ।
BREAKING NEWS
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ
- ଜେଏସ୍ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ
- ସଚିନଙ୍କ ପୁଅଙ୍କ ସହ ଅନ୍ୟାୟ ! ୫୦ ୱିକେଟ୍ ନେବା ପରେ ମଧ୍ୟ ଅର୍ଜୁନଙ୍କୁ ଗୋଆ ଦଳରୁ କରାଗଲା ବାହାର
- ସାମୀଙ୍କ ବଡ଼ ବୟାନ: ଟିମ୍ ଇଣ୍ଡିଆରେ ଚୟନ ନହେବା ମୋ ପାଇଁ କୌଣସି କ୍ଷତି ନୁହେଁ
- ଅଭିଜିତ୍ ଦୀପକେଙ୍କ ଜେଜେ ମା’ଙ୍କ ଦେହାନ୍ତ, ଏଭଳି କହିଲା ଦିଲ୍ଲୀ ପୋଲିସ…
- CJP Delhi protest: କକ୍ରୋଚ ପ୍ରତିବାଦରେ ସାମିଲ ଓକିଲ ଅଟକ, CJI କହିଲେ…
- ମା’ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ; ଜାଣନ୍ତୁ ମହତ୍ତ୍ବ

Comments are closed.