ଭୁବନେଶ୍ୱର: ସୋମବାର ଠାରୁ ଆସନ୍ତା ସପ୍ତାହରେ ଭାରତରେ ବ୍ୟାଙ୍କ ସେବା ୬ ଦିନ ବନ୍ଦ ରହିବ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ୬ ଦିନ ବ୍ୟାଙ୍କ ବନ୍ଦ ରହିବ।
ଅକ୍ଟୋବର ୧୮ରେ ଆସାମ ଗୌହାଟୀରେ କଟି ବିହୁ ପାଇଁ ବ୍ୟାଙ୍କ ବନ୍ଦ ରହିବ।
ଅକ୍ଟୋବର ୧୯ରେ ନୂଆଦିଲ୍ଲୀ, ଭୋପାଳ, ଅହମ୍ମଦାବାଦ, ବେଲାପୁର, ଚେନ୍ନାଇ, ଡେରାଡୁନ୍, ହାଇଦ୍ରାବାଦ, ଇମ୍ଫାଲ, ଜମ୍ମୁ, କାନପୁର, କୋଚି, ଲକ୍ଷ୍ନୌ, ମୁମ୍ବାଇ, ନାଗପୁର, ରାୟପୁର, ରାଞ୍ଚି, ଶ୍ରୀନଗର ଏବଂ ଥିରୁବନନ୍ତପୁରମ୍ରେ ଇଦ୍-ଇ-ମିଲାଦଙ୍କ ପାଇଁ ବ୍ୟାଙ୍କ ବନ୍ଦ ରହିବ।
ଅକ୍ଟୋବର ୨୦ରେ ବାଲ୍ମିକୀ ଜୟନ୍ତୀ ଯୋଗୁ ବେଙ୍ଗାଲୁରୁ, ଚଣ୍ଡିଗଡ଼, ଶିମଲା, କୋଲକାତା ଏବଂ ଅଗରତାଲାରେ ବ୍ୟାଙ୍କ ବନ୍ଦ ରହିବ।
ଅକ୍ଟୋବର ୨୨ରେ ଇଦ୍-ଇ-ମିଲାଦ-ଉଲ୍-ନାବି ପାଇଁ ଜାମ୍ମୁ ଏବଂ ଶ୍ରୀନଗରରେ ବ୍ୟାଙ୍କ ସେବା ବନ୍ଦ ରହିବ।
ଅକ୍ଟୋବର ୨୩ରେ ଚତୁର୍ଥ ଶନିବାର ହେତୁ ବ୍ୟାଙ୍କ ସମଗ୍ର ଭାରତରେ ବନ୍ଦ ରହିବ। ସେହିପରି ଅକ୍ଟୋବର ୨୪ରେ ରବିବାର ଯୋଗୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ।
Comments are closed.