Latest Odisha News

ରାଜ୍ୟର ବିଭିନ୍ନ ସ୍ଥାନରେ ଝଡତୋଫାନ୍‌, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାପାତ ଯୋଗୁଁ ଆଜି ୬ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥି ସହ ଜଣେ ଗୁରୁତର ଅଛନ୍ତି । ମୟୂରଭଂଜ ଖୁଣ୍ଟା ଥାନା ବଡକତରା ଗାଁରେ ବଜ୍ରାଘାତରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ତିନି ଯୁବକ ଗାଁ ପୋଖରୀରୁ ମାଛ ଧରୁଥିବା ବେଳେ ଏହି ବଜ୍ରାଘାତ ହୋଇଥିଲା ଏବଂ ଘଟଣା ସ୍ଥଳରେ ସେମାନଙ୍କର ପ୍ରାଣବାୟୁ ଉହିଯାଇଥିଲା ।

ସେହିଭଳି କେନ୍ଦୁଝର ଝୁମ୍ପୁରା ବ୍ଲକର ନାରଦପୁର ପଂଚାୟତର ବଳଭଦ୍ରପୁର ଗାଁରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ ଉର୍ମିଳା ମୁଦି । ସେ ବ୍ୟାଙ୍କରୁ ଫେରିବା ବାଟରେ ବଜ୍ରାଘାତ ହୋଇଥିଲା । ତାଙ୍କ ସହ ଥିବା ଅନ୍ୟ ଜଣେ ମହିଳା ଗୁରୁତର ଅବସ୍ଥାରେ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ନାରଦପୁର ପଞ୍ଚାୟତ ସରୁପତଳା ଗାଁରେ ଅନ୍ୟ ଜଣେ ମହିଳା ବାଡିରେ କାମ କରୁଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ବାଲେଶ୍ୱରରେ ମଧ୍ୟ ଆଜି ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.