Latest Odisha News

BREAKING NEWS

କରୋନା ଲକ୍‌ଡାଉନରେ ଚାଲିଥିଲା ଜୋର୍‌ଦାର୍ ମଦ ବେପାର; ୪୩ ଗିରଫ

ଅନୁଗୋଳ – ଅନୁଗୋଳ ସହର ଉପକଣ୍ଠ କରଡାଗାଡିଆରେ ଥିବା ଏକ ଦେଶୀ ମଦ ଭାଟି ଉପରେ ଅନୁଗୋଳ ପୋଲିସ ଚଢାଉ କରି ବିପୁଳ ପରିମାଣରେ ମଦ ଜବତ କରିଛି । ଆଉ ଲକଡାଉନ ସମୟରେ ଏହି ବେଆଇନ ମଦ କାରବାର କରୁଥିବା ଅଭିଯୋଗରେ ଅନୁଗୋଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ୪୩ ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

ପୋଲିସ ସୂଚନା ଅନୁସାରେ କରୋନା ମହାମାରୀ ପାଇଁ ସରକାର ଲକଡାଉନ ଘୋଷଣା କରିଥିବା ବେଳେ ଏହି ସମୟରେ ମଦ ପ୍ରସ୍ତୁତ ଓ ବିକ୍ରି ଉପରେ କଟକଣା ଲଗା ଯାଇଛି । ତେବେ ଏହି କଟକଣାକୁ ବେଖାତିର କରି ଅନୁଗୋଳ କରଡାଗାଡିଆସ୍ଥିତ ମଦ ଭାଟିରେ ବେଆଇନ ଭାବେ ମଦ ପ୍ରସ୍ତୁତ କରି ବିକ୍ରି କରା ଯାଉଥିଲା ।

ତେବେ କୌଣସି ସୂତ୍ରରୁ ପୋଲିସ ଏହି ସୂଚନା ପାଇ ୨୪ ତାରିଖ ଭୋର ୩ ଟା ବେଳେ ଅନୁଗୋଳ ଏସ୍‌ଡିପିଓ, ଥାନା ଅଧିକାରୀ ସଦଳବଳ ଚଢାଉ କରିଥିଲେ । ଚଢାଉ ବେଳେ ସେଠାରୁ ୪୪୪୦ ଲିଟର ଦେଶୀ ମଦ , ୬ ହଜାର ଲିଟର ପୋଚ ଜବତ କରିଥିଲା । ଏହା ସହ ମଦ ବ୍ୟବସାୟୀ ବିକ୍ରମ କିଶୋର ସାହୁଙ୍କ ସମେତ ସେଠାରେ ଥିବା କର୍ମଚାରୀ ଏବଂ ମଦ ବ୍ୟବସାୟୀଙ୍କୁ ଗିରଫ କରିଥିଲା ।

ସେମାନଙ୍କ ନିକଟରୁ ୧୮ ଟି ମୋଟରସାଇକେଲ , ୨୧ ଟି ମୋବାଇଲ ଗୋଟିଏ ଅଟୋ ଏବଂ ଗୋଟିଏ ଫୋର୍ଡ ଏଣ୍ଡାଭର ଗାଡି ଜବତ କରିଥିଲା । ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଦଫା ୪୭୩,୪୭୪,୪୭୫,୪୭୬, ୪୭୭,୪୭୮,୪୭୯,୪୮୦,୪୮୧,୪୮୨,୪୮୩,୪୮୪,୪୮୫,୪୮୬,୪୮୭ ଏବଂ ୬୯/୨୭୦/୩୪ ଆଇପିସି/୫୨-ଏ (ଆଇ) ଅନୁଯାୟୀ ସମୁଦାୟ ୧୫ଟି କେସ ରୁଜୁ କରାଯାଇ ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.