Latest Odisha News

BREAKING NEWS

ବିଦ୍ୟୁତ ତାର ଲାଗି ଜଳିଗଲା ବସ୍: ୬ ଯାତ୍ରୀ ଜୀବନ୍ତ ଦଗ୍ଧ, ୧୭ ଗୁରୁତର

ଜୟପୁର: ବସ ଯାତ୍ରାରୁ ଅନ୍ତମ ଯାତ୍ରା । ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ୬ ଯାତ୍ରୀ । ୧୭ ଜଣ ଗୁରୁତର ହୋଇଛନ୍ତି । ବିଦ୍ୟୁତ ତାର ସଂସ୍ପର୍ଶେ ବସ୍ ଆସିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ଏଭଳି ହୃଦୟ ବିଦାରକ ଓ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ଜାଲୋର ଜିଲ୍ଲା ଅନ୍ତର୍ଗତ ମହେଶପୁରରେ ।

ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି । ବସଟି ମଣ୍ଡୋଲିରୁ ଯାତ୍ରୀଙ୍କୁ ଧରି ବାହାରିଥିଲା । ଏତିକିବେଳେ ମହେଶପୁର ନିକଟରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା ବସ୍ । ଏହାପରେ ନିଆଁ ଲାଗିଥିଲା ।

ଚାହୁଁ ଚାହୁଁ ଜଳିଗଲା ପୁରା ବସ୍ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ଓ ଉଦ୍ଧାର କରିବା ବେଳକୁ ୬ ଯାତ୍ରୀ ଜଳି ଯାଇଥିଲେ । ମୃତକଙ୍କ ଭିତରେ ବସ୍ ଡ୍ରାଇଭର, କଣ୍ଟକ୍ଟର ଓ ୫ ଯାତ୍ରୀ ଥିବା ସୂଚନା ମିଳିଛି । ୧୭ ଜଣଙ୍କୁ ଉଦ୍ଧାର କରି ଯୋଧପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କର ଅବସ୍ଥା ସଂକଟାପନ୍ନ ରହିଛି ।

Leave A Reply

Your email address will not be published.