Latest Odisha News

BREAKING NEWS

କରୋନା ଟିକା ନେବା ପରେ ଗଲାଣି ୨୩ ଜୀବନ, ଅନେକ ଅସୁସ୍ଥ

ନରଓ୍ୱେ: କରୋନା କବଳରୁ ମୁକ୍ତି ପାଇବାକୁ ସାରା ବିଶ୍ୱରେ ଟୀକାକରଣ ଆରମ୍ଭ ହୋଇ ଯାଇଛି। ଏହାକୁ ନେଇ ସବୁ ଆଡେ ଏକ ପ୍ରକାର ଆଶ୍ୱସ୍ତି ଦେଖାଦେଇଥିବା ବେଳେ ନରଓ୍ୱେରରୁ ଆସିଛି ବିକଳ୍ପ ଚିତ୍ର। ଏଠାରେ ଟିକା ନେବା ପରେ ପାଖାପାଖି ୨୩ ଜଣଙ୍କର ପ୍ରାଣ ଯାଇଥିବା ବେଳେ ଅନେକ ଅସୁସ୍ଥ ହୋଇପଡ଼ିଛନ୍ତି।

ସୂଚନାନୁସାରେ ଆମେରିକା ଦ୍ୱାରା ପ୍ରସ୍ତୁତ ଫାଇଜର ବାୟୋନଟେକ ଏବଂ ମଡେର୍ଣ୍ଣା ଟିକା ଦିଆଯାଇଛି ନରୱେ ବାସୀଙ୍କୁ। ଟିକା ନେବା ପରେ ମୃତକ ମାନେ ଡାଇରିଆ, ଜ୍ୱର, ଅଣ ନିଃଶ୍ୱାସୀ ହୋଇ ପଡ଼ିଥିବା ଜଣାପଡିଛି।

ମୃତ ୨୩ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁର କାରଣ ସମାନ ରହିଥିବା ଡାକ୍ତର କହିଛନ୍ତି। ବାକି ମୃତକଙ୍କ କାରଣ ବିଶେଷଜ୍ଞ ମାନେ ଖୋଜୁଛନ୍ତି।

ଉଦବେଗର ବିଷୟ ଏହାକି ନରଓ୍ୱେରେ ଏପର୍ଯ୍ୟନ୍ତ ଫାଇଜର ଏବଂ ମଡେର୍ଣ୍ଣା ଟିକାର ପ୍ରଥମ ଡୋଜ ପ୍ରାୟ ୩୦ ହଜାର ଲୋକଙ୍କୁ ଦିଆଯାଇଛି । ଏହାର ଏଭଳି ପାର୍ଶ୍ଵ ପ୍ରତିକ୍ରିୟା ଖବର ସମ୍ନାକୁ ଆସିବା ପରେ ନରଓ୍ୱରେ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ଅନ୍ୟପଟେ ଟିକାକୁ ନେଇ ସନ୍ଦେହ ବଢ଼ିବା ପରେ ୟୁରୋପ ଆମେରିକା ପାଖରୁ ଏହି ଫାଇଜାର ଟିକା କମ୍ ଆମଦାନୀ କରିବା ନେଇ ପ୍ରକାଶ କରିଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

Leave A Reply

Your email address will not be published.