କଟକ: ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଇ ଗିରଫ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଶନିବାର ଦିନ ପୋଲିସ ପକ୍ଷରୁ କୋର୍ଟ ଚାଲାଣ କରାଯିବ ।
ଅଭିଯୁକ୍ତ ରାକେଶ ପଣ୍ଡାକୁ ଶୁକ୍ରବାର ଦିନ କଟକ ଚାଉଳିଆଗଞ୍ଜ ଅଞ୍ଚଳର ନୂଆବଜାରରୁ ଗିରଫ କରାଯାଇଥିଲା ।
ଗତକାଲି ବିଳମ୍ବିତ ରାତିରେ ରାକେଶ ନିଶାଶକ୍ତ ହୋଇ ଦ୍ରୁତ ଗତିରେ ଗାଡି ଚଳାଉଥିବା ନେଇ ଜାଣିପାରି ପୋଲିସର ଏକ ପେଟ୍ରୋଲିଂ ଟିମ୍ ତାଙ୍କୁ ଧରିଥିଲା । ପରେ ପୋଲିସ ତାଙ୍କ ବାଇକକୁ ମଧ୍ୟ ଜବତ କରିଥିଲା ।
ଉଲ୍ଲେଖଯୋଗ୍ୟ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ଗଠିତ ସଡକ ସୁରକ୍ଷା କମିଟିର ନିର୍ଦ୍ଦେଶାନୁସାରେ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିକେ ଶର୍ମା ଶୁକ୍ରବାର ଦିନ ରାଜ୍ୟର ୧୪ଟି ତନଖି ଫାଟକ ତଥା ଟୋଲ୍ ଗେଟରେ ବ୍ରେଥ୍ ଆନାଲାଇଜର ଯନ୍ତ୍ର ବ୍ୟବହାର କରି ଡ୍ରାଇଭିଂ ଯାଞ୍ଚ କଡାକଡି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ ।