Latest Odisha News

BREAKING NEWS

Arms Trafficking:ବିହାରରୁ ବନ୍ଧୁକ ଆଣି ରାଜଧାନୀରେ ବିକ୍ରି ପାଇଁ ଚାଲିଥିଲା ଯୋଜନା;ବନ୍ଧା ହେଲା ବେପାରୀ

ଭୁବନେଶ୍ବର:ରାଜଧାନୀରେ ବନ୍ଧୁକ କାରବାର । ଭୁବନେଶ୍ୱରରୁ ଜବତ ହୋଇଛି ୬ଟି ବନ୍ଧୁକ । ବିହାରରୁ ଅଣାଯାଇଥିଲା ବନ୍ଧୁକ। ଭୁବନେଶ୍ବରରେ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ ମାଡ଼ି ବସିଲା କମିଶନରେଟ୍ ପୁଲିସର ସ୍ପେଶାଲ ୟୁନିଟ୍ ।

ଏହି ଘଟଣାରେ ଜଣେ ବନ୍ଧୁକ ବେପାରୀ ଗିରଫ ହୋଇଛି । ଜବତ ହୋଇଛି ୬ଟି ସେମି ଅଟୋମେଟିକ୍ ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି, ମୋବାଇଲ, ନଗଦ ୫ଶହ ଟଙ୍କା ଓ ବାଇକ ଜବତ ହୋଇଛି ।

ତେବେ ଗିରଫ ଅଭିଯୁକ୍ତ ହେଲା ମନୋଜ କୁମାର ମଲ୍ଲିକ ଓ ଘର ଯାଜପୁର ଜିଲ୍ଲାରେ।

ପୁଲିସ କମିଶନରଙ୍କ ସୂଚନା ମୁତାବକ, ରାଜଧାନୀରେ ବନ୍ଧୁକ କାରବାର ନେଇ ପୂର୍ବରୁ ସୁରକ ଥିଲା ।ଖବର ପାଇ କମିଶନରେଟ୍ ପୁଲିସର ସ୍ପେଶାଲ କ୍ରାଇମ୍ ୟୁନିଟ୍ ଛଢ଼ାଉ କରି ବେପାରୀକୁ ଧରିବାରେ ସଫଳ ହୋଇଥିଲା । ବେପାରୀ ଜଣକ ଭୁବନେଶ୍ୱର ସମେତ ଅନ୍ୟ କେଉଁ ଅଞ୍ଚଳରେ କାରବାର କରୁଥିଲେ ସେ ନେଇ ପୋଲିସ ତାଙ୍କୁ ପଚରାଉଚରା କରୁଥିବା ଜଣାପଡିଛି।

Leave A Reply

Your email address will not be published.