Latest Odisha News

BREAKING NEWS

ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ନେଲା କରୋନା । ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ୨୪ଘଣ୍ଟା ମଧ୍ୟରେ ୬ଜଣ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮ହଜାର ୫୦୨କୁ ବୃଦ୍ଧି ପାଇଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, କନ୍ଧମାଳ, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି । ଅନୁଗୁଳରୁ ୭୦ବର୍ଷୀୟ ମହିଳା, ବାଲେଶ୍ୱରରୁ ୬୩ବର୍ଷୀୟ ମହିଳା, ଭଦ୍ରକରୁ ୩୦ବର୍ଷୀୟ, କଟକରୁ ୮୫ବର୍ଷୀୟା ମହିଳା, କନ୍ଧମାଳରୁ ୩୨ବର୍ଷୀୟ ପୁରୁଷ, ସୁନ୍ଦରଗଡ଼ରୁ ୬୫ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.