Latest Odisha News

ଟ୍ରକ-ଏସୟୁଭି ମୁହାଁମୁହିଁ ଧକ୍କାରେ ୬ ମୃତ, ୩ ଆହତ

ପାଟନା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହ ଏସୟୁଭିର ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଗୁରୁତର ହୋଇଛନ୍ତି ଆଉ ୩ ଜଣ । ବିହାର କଟିହାର ଜିଲ୍ଲା ଅନ୍ତର୍ଗତ କୁରସେଲାର ୩୧ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି । ଟ୍ରକ ସହ ଏସୟୁଭିର ମୁହାଁମୁହିଁ ଧକ୍କା ହୋଇଥିଲା । ୩ ଗୁରୁତରଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ବିବାହ ପାଇଁ ପୁଅ ଦେଖିବାକୁ ଯାଇଥିବା ବେଳେ ରାସ୍ତାରେ ଏସୟୁଭିଟି ଟ୍ରକରେ ପିଟି ହୋଇ ଯାଇଥିଲା । ଗାଡ଼ିଟି ଭାଙ୍ଗିରୁଜି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଏହି ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଦ୍ରୁତ ସୁସ୍ଥତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.