ଶ୍ରୀନଗର: ଜମ୍ମୁ କଶ୍ମୀରର କିସ୍ତିୱାର ନାଗିନଗଡ଼ କେଶୱାନରେ ଘଟଇଛି ଅଭାବନୀୟ ଘଟଣା । ଚକା ସ୍ଲିପ କରି ଘାଟିରୁ କାର ଖସିପଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି । କାରରେ ଥିବା ୨ ଭାଇଙ୍କର ମଧ୍ୟ ଘଟଣାସ୍ଥଳରେ ଜୀବନ ଚାଲିଯାଇଛି ।
ସୂଚନା ଅନୁସାରେ, ଏକ କାରରେ ୬ ଜଣ ଯୁବକ ଯାଉଥିଲେ । ଘଟି ରାସ୍ତାରେ ଯାଉଥିବାବେଳେ କାର ଚକା ସ୍ଲିପ୍ କରିବାରୁ କାରଟି ଘଟିରୁ ତଳକୁ ଖସିପଡ଼ିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କାରଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା ।
ଖବରପାଇ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ଓ ସେନା ପକ୍ଷରୁ ଉଦ୍ଧାର କରାଯାଇଥିଲା । ମୃତକମାନେ ହେଲେ ମହମ୍ମଦ ଆକ୍ରମ(୨୯), ଅବଦୁଲ ରେହମାନ(୨୯), ଅବଦୁଲ ଲତିଫ(୪୨), ଅଟ ମହମ୍ମଦ(୨୨), ଇନାମ ଅହମଦ(୪୫) ଓ ୧୮ ବର୍ଷୀୟ ଜମୀର ଅହମଦ ବୋଲି ଜଣାପଡ଼ିଛି ।
Comments are closed.