Latest Odisha News

BREAKING NEWS

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ: ଟ୍ରାକରୁ ତଳକୁ ଖସିଲା ମାଲବାହୀ ଟ୍ରେନ୍ । ୬ଟି ବଗି ଲାଇନଚ୍ୟୁତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ପାଡୁଆ ଷ୍ଟେସନର ଭେଜା ନିକଟରେ ମାଲବାହୀ ଟ୍ରେନରେ ୬ଟି ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟ ଷ୍ଟେସନଠାରୁ ୨୫ କିଲୋମିଟର ଦୂରରେ ଘଟିଛି ଏହି ଘଟଣା ।

ଟ୍ରେନ୍‌ଟି କିରଣ୍ଡୁଲରୁ କୋଇଲା ଧରି ବିଶାଖାପାଟଣା ଅଭିମୁଖେ ଯାଉଥିଲା । ଭେଜା ନିକଟରେ ଲାଇନଚ୍ୟୁତ ହୋଇଥିଲା ମାଲବାହୀ ଟ୍ରେନ୍ । ଏହାପରେ ବିଶାଖାପାଟଣା-କିରଣ୍ଡୁଲ ଏକ୍ସପ୍ରେସକୁ ବାତିଲ୍ କରାଯାଇଛି । କୋରାପୁଟ-ବିଶାଖାପାଟଣା ରୁଟରେ ବାଧାପ୍ରାପ୍ତ ହୋଇଛି ଟ୍ରେନ୍ ଚଳାଚଳା ।

ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲିଛି । ତେବେ କେମିତି ଓ କେଉଁ ପରିସ୍ଥିତିରେ ଟ୍ରେନ୍ ଲାଇନଚ୍ୟୁତ ହେଲା କାରଣ ଅସ୍ପଷ୍ଟ ରହିଛି । ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି ।

Comments are closed, but trackbacks and pingbacks are open.