Latest Odisha News

BREAKING NEWS

ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ପ୍ରତିଷ୍ଠା ସମାରୋହ

ଭୁବନେଶ୍ୱର : ଭାରତ ବିକାଶ ପରିଷଦ ବାଣୀବିହାର ଶାଖାର ଷଷ୍ଠ ବାର୍ଷିକ ସ୍ଥାପନା ସମାରୋହ ସ୍ଥାନୀୟ ଜୟ ଭାରତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଉତ୍ସବରେ ସମାଲୋଚକ ବସନ୍ତ କୁମାର ପଣ୍ଡା ମୁଖ୍ୟ ଅତିଥି, ବିଶିଷ୍ଟ ସ୍ତମ୍ଭକାର ହରପ୍ରସନ୍ନ ଦାସ ମୁଖ୍ୟ ବକ୍ତା, ପ୍ରଦୀପ୍ତ କୁମାର ମହାରଣା ସମ୍ମାନିତ ଅତିଥି ରୂପେ ଯୋଗଦେଇ ଭାରତର ବିକାଶରେ ଏହି ସ୍ବେଛାସେବୀ ସଙ୍ଗଠନର ଭୂମିକା ସମ୍ପର୍କରେ ଆଲୋକ ପାତ କରିଥିଲେ ଏବଂ ବିଭିନ୍ନ ପୌରାଣିକ ବିଷୟରେ ତାତ୍ଵିକ ଜ୍ଞାନ ପ୍ରଦାନ କରିଥିଲେ ।

ମୃତ୍ୟଞ୍ଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ପ୍ରଥମେଶ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ବାର୍ଷିକ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ ଏବଂ ବିଶ୍ବଭୂଷଣ ପଲାଇ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇ ସମାରୋହ ସମାପ୍ତ ହୋଇଥିଲା।

Comments are closed.