ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ତିଥି । ଏହି ପବିତ୍ର ତିଥିରେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ପାଳିତ ହେବା ସହିତ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ନରେନ୍ଦ୍ର ପୁଷ୍କରିଣୀରେ ଏହି ଦିନ ଚାପ ଖେଳ ଅନୁଷ୍ଠିତ ହେବା ସହିତ ଚନ୍ଦନ ଯାତ୍ରା ଆରମ୍ଭ ହେବ । ତେବେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ରଥକାଠ ଅନୂକୁଳ ଏହି ପବିତ୍ର ଅକ୍ଷୟ ତୃତୀୟାରେ ଅନୁଷ୍ଠିତ ହେବ । ଏବେ ରଥଖଳାରେ ରଥକାଠ ସଂଗ୍ରହ ହୋଇ ଏକତ୍ରିତ ହେବାରେ ଲାଗିଛି ।
ପୁରୀ ବଡ଼ଦାଣ୍ଡରେ ୬ଷ୍ଠ ପର୍ଯ୍ୟାୟ ରଥକାଠ ପହଞ୍ଚିଛି । ୬ଷ୍ଠ ପର୍ଯ୍ୟାୟରେ ଆଜି ୨ଟି ଟ୍ରକରେ ଏହି ରଥକାଠ ଆସି କାଠ ପହଞ୍ଚିଛି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଏହି କାଠଗୁଡ଼ିକୁ ରଖାଯାଇଛି ।
ଅକ୍ଷୟ ତୃତୀୟା ଦିନ ରଥକାଠ ଗୁଡ଼ିକର ପାରମ୍ପରିକ ପୂଜାର୍ଚ୍ଚନା କରାଯାଇ ଅନୂକୁଳ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
Comments are closed.