Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା: ଆଗେଇ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ

  ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା । ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ତିନି ରଥ ପାଇଁ ଚକ ପ୍ରସ୍ତୁତିରେ ଆବଶ୍ୟକତା ଥିବା ତୁମ୍ଭ ପାଇଁ ମହାରଣା ସେବାୟତ ମାନେ କାର୍ଯ୍ୟ ଜାରି ରଖିଥିବା ବେଳେ, ତିନି ରଥର ୪୨ଟି ତୁମ୍ଭ ମଧ୍ୟରୁ ୩୦ଟି ତୁମ୍ଭର ସାଲ କାର୍ଯ୍ୟ ସରିଲାଣି । ରଥ ନିର୍ମାଣର ୭ ଦିନରେ ତୁମ୍ଭରେ ସୁତା ବାଡିଆ ଯାଇ ବିନ୍ଧ କରାଯିବ । ପରେ ଅର ଏବଂ ପହି ଖଞ୍ଜା ଯାଇ ଚକ ପ୍ରସ୍ତୁତ କରାଯିବ । ଏଥିପାଇଁ ମହାରଣା, ଭୋଇ ଓ କରତୀ ସେବକ ଜୋରସୋରରେ କାର୍ଯ୍ୟକୁ ଆଗେଇ ନେଉଛନ୍ତି ।

ଆସନ୍ତା ନୃସିଂହ ଚତୁର୍ଦ୍ଦଶୀ ରେ ରୂପକାର ସେବକ ମାନେ ଖୋଦେଇ କାର୍ଯ୍ୟ ଆରମ୍ଭ କରିବେ । ସେହିପରି ଭଉଁରୀ ତିଥି ରେ ତିନି ରଥର ଦୁଇଟି ଚକ ଓ ଅଖ ସଂଯୋଗ ହେବାର ବିଧି ରହିଛି । ଏଣୁ ସମୟ କ୍ରମେ କିଭଳି କାର୍ଯ୍ୟ ସୁରୁଖୁରୁରେ ହୋଇ ପାରିବ ସେ ନେଇ ରଥ ନିର୍ମାଣ ରେ ସମ୍ପୃକ୍ତ ସେବକ କାର୍ଯ୍ୟ ରେ ଲାଗିପଡିଛନ୍ତି ।

ସେପଟେ ରଥ ଖଳା ରେ କିଭଳି କାର୍ଯ୍ୟ ଶୃଙ୍ଖଳା ରେ ହୋଇ ପାରିବ ସେ ନେଇ ରଥ ଖଳା ନିୟମିତ ପରିଦର୍ଶନ କରୁଛନ୍ତି ଶ୍ରୀମନ୍ଦିର ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ରଥ ନିର୍ମାଣ ରେ ସମ୍ପୃକ୍ତ ସେବକ ମାନେ କିଭଳି କୌଣସି ଅସୁବିଧା ଭୋଗିବେ ନାହିଁ ସେଥିପାଇଁ ଅବଶ୍ୟକ ବ୍ୟବସ୍ଥା ହୋଇଛି । ପାନୀୟ ଜଳ , ସ୍ୱାସ୍ଥ୍ୟ କ୍ୟାମ୍ପ ର ବ୍ୟବସ୍ଥା ହୋଇଛି । ସେହିପରି ସେବକଙ୍କ ସକାଳ ଜଳଖିଆ , ମଧ୍ୟାନ ଭୋଜନ ବ୍ୟବସ୍ଥା ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କରାଯାଇଛି ।

ସେପଟେ ଚଳିତ ବର୍ଷ ରଥଯାତ୍ରା କୁ ଐତିହ୍ୟ ତାଲିକା ସ୍ଥାନ ଦେବା ପାଇଁ ୟୁନେସ୍କୋ କୁ ଆବେଦନ କରାଯିବ । ସେ ନେଇ ପୁରୀ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି ଚାଲିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି । ରଥଯାତ୍ରା ପର୍ବ ବହୁ ପୁରାତନ ପର୍ଵ , ଅନେକ ଭକ୍ତ ସାମିଲ ହେଉଥିବା ଦୃଷ୍ଟି ରୁ ଏହାକୁ ବିଶ୍ୱ ଐତିହ୍ୟ ତାଲିକା ରେ ରଖିବା ପାଇଁ ୟୁନେସ୍କୋ କୁ ସମସ୍ତ ତଥ୍ୟ ଦିଆଯିବ ।

 

 

Leave A Reply

Your email address will not be published.