Latest Odisha News

BREAKING NEWS

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ୩ ସଫାରୀ କର୍ମଚାରୀ ଗିରଫ

ଭୁବନେଶ୍ୱର: ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ମାରିବା ଘଟଣାରେ କାର୍ୟ୍ୟାନୁଷ୍ଠାନ । ୩ ଜଣ ସଫାରୀ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଏନେଇ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜୀବ କୁମାର ସୂଚନା ଦେଇଛନ୍ତି । ପର୍ଯ୍ୟଟକଙ୍କୁ ଆକ୍ରମଣ ନେଇ ଅଭିଯୋଗ ପରେ ପୋଲିସ ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ।

ନନ୍ଦନକାନନରେ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକଙ୍କୁ ସଫାରୀ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏପରିକି ଆକ୍ରମଣ ସମୟର ଭିଡିଓ ବି ଭାଇରାଲ୍ ହୋଇଥିଲା । ଯେଉଁଥିରେ କର୍ମଚାରୀ ପର୍ଯ୍ୟଟକଙ୍କୁ ବାଡ଼ିରେ ପିଟୁଥିବା ଦେଖିବାକୁ ମିଳିଛି । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି ।

ଏହି ଘଟଣା ପରେ ରେଞ୍ଜ ସିକ୍ୟୁରିଟି ଅଫିସରଙ୍କୁ ରିପୋର୍ଟ ମଗାଯାଇଛି । ସ୍ଥାନୀୟ ସୁରକ୍ଷାକର୍ମୀ ଓ ସିସିଟିଭି ଆଧାରରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଥାନାରେ ଉଭୟ ପକ୍ଷରୁ ହୋଇଥିବା ଅଭିଯୋଗର ତଦନ୍ତ ବି କରାଯାଉଛି ।

Leave A Reply

Your email address will not be published.