Latest Odisha News

BREAKING NEWS

ସୁଭଦ୍ରା ହିତାଧିକାରୀଙ୍କ ସ୍କିଲ ମ୍ୟାପିଂ; ୬୦ ବର୍ଷ ହେଲେ ଆପେ ଯିବେ ଭତ୍ତା ପୋର୍ଟାଲକୁ

ଭୁବନେଶ୍ବର: ସ୍କିଲ ମ୍ୟାପିଂ ହେଉଛି ସୁଭଦ୍ରା ହିତାଧିକାରୀଙ୍କ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ଯାହା ପାଖରେ ଯାହା ଦକ୍ଷତା ଥିବ, ଏଆଇ ଆଧାରରେ ତାର ଅନୁଧ୍ୟାନ କରି ଅନ୍ୟ ବିଭାଗ ସହ ମିଶି ମହିଳାଙ୍କ ଅର୍ଥନୈତିକ ପ୍ରଗତି ପାଇଁ କାମ କରିବ। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟବସ୍ଥାରେ ଲକ୍ଷପତି ଦିଦି ଯେମିତି ସୃଷ୍ଟି କରାଯାଇଛି, ସେମିତି ସୁଭଦ୍ରା ହିତାଧିକାରୀଙ୍କ ଅର୍ଥନୈତିକ ପ୍ରଗତି ପାଇଁ ବିଭିନ୍ନ ବିଭାଗ ସହ ଯୋଡି ହୋଇ ଉଦ୍ୟୋଗୀ ସୃଷ୍ଟି କରିବାକୁ ବିଭାଗ ଚୁକ୍ତିନାମା କରିଛୁ।

ସେହିଭଳି ଯେଉଁ ସୁଭଦ୍ରା ହିତାଧିକାରୀ ୬୦ ବର୍ଷ ବୟସ ଟପିବେ, ସେମାନଙ୍କ ନାଁ ଆପେ ଆପେ ଭତ୍ତା ପୋର୍ଟାଲକୁ ଯିବ । ସେନେଇ ପ୍ରୋସେସିଂ ଚାଲିଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ।

Comments are closed.