Latest Odisha News

BREAKING NEWS

ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଜ୍ୱର ଆସିଲେ ଡାକ୍ତର ଦେଖାନ୍ତୁ

ଭୁବନେଶ୍ୱର: ରାଜ୍ୟରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ 3 ଦିନ ମଧ୍ୟରେ ବୁର୍ଲା ଭିମସାରରେ 22 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସ୍କ୍ରବ ଟାଇଫସ୍ (Screb typhus) ଏକ ବ୍ୟାକ୍ଟେରିଆ ସଂକ୍ରମଣ ଯାହା ସଂକ୍ରମିତ ଚିଗର (chigger) କୀଟ କାମୁଡିବା ଦ୍ୱାରା ବ୍ୟାପିଥାଏ। ଚିଗର ଏକ କ୍ଷୁଦ୍ର କୀଟ ଯାହା ଜଙ୍ଗଲ ଏବଂ ବିଲରେ ବସବାସ କରେ। ସ୍କ୍ରବ ଟାଇଫସ୍ ରୋଗର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଜ୍ୱର। ଏହା ଯେଉଁଠି କାମୁଡିଥାଏ ତାହା ଏକ ଅନ୍ଧାରିଆ ଭଳି ଦାଗ ସୃଷ୍ଟି କରେ ଏବଂ ଚର୍ମ ଡେଡ୍ ହୋଇଯାଏ।

ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍କ୍ରବ ଟାଇଫସ୍ ରୋଗର ପରୀକ୍ଷା ଓ ଚିକିତ୍ସା ସୁବିଧା ଉପଲବ୍ଧ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। କିଛି ଦିନରୁ ଅଧିକ ସମୟ ଧରି ଜ୍ୱର ରହିଲେ ଲୋକଙ୍କୁ ସ୍କ୍ରବ ଟାଇଫସ୍ ପାଇଁ ପରୀକ୍ଷା କରିବାକୁ ସେ ଡାକ୍ତରମାନଙ୍କୁ ପରାମର୍ଶ ଦେଇଛନ୍ତି।

ସ୍କ୍ରବ ଟାଇଫସ୍ ରୋଗର ଶୀଘ୍ର ଚିହ୍ନଟ ହେଲେ ଆଣ୍ଟିବାୟୋଟିକ୍ ଦ୍ୱାରା ଏହାର ପ୍ରଭାବଶାଳୀ ଚିକିତ୍ସା କରାଯାଇପାରିବ ବୋଲି ଡାକ୍ତର ମିଶ୍ର କହିଛନ୍ତି। ତେବେ ଏହାର ଚିକିତ୍ସା ନ କରାଗଲେ ଏହା ଘାତକ ସାବ୍ୟସ୍ତ ହୋଇପାରେ।

କେନ୍ଦୁଝର, ବରଗଡ଼, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ସ୍କ୍ରବ ଟାଇଫସ୍ ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦିଆଯାଇଛି। ଚିଗର ସଂସ୍ପର୍ଶରେ ନଆସିବା, ଲମ୍ବା ହାତ ସାର୍ଟ ଓ ପ୍ୟାଣ୍ଟ ପିନ୍ଧିବା, କୀଟ ନାଶକ ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

Leave A Reply

Your email address will not be published.