Latest Odisha News

BREAKING NEWS

ଓଏଏସ୍ ସ୍ତରରେ ଅଦଳବଦଳ, ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ବର: ୧୨ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ଧୀରେନ୍ଦ୍ରନାଥ କରଙ୍କୁ ନୟାଗଡ଼ ଅତିରିକ୍ତ ଜିଲ୍ଲାପାଳ ଭାବେ ହୋଇଥିବା ବଦଳିକୁ ବାତିଲ କରାଯାଇଛି । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ଲଙ୍କେଶ୍ୱର ଅମାତଙ୍କୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।

ସେହିପରି, ପଲ୍ଲବୀ ନାୟକଙ୍କୁ ରାଉରକେଲା ମହାନଗର ନିଗମର ଯୁଗ୍ମ କମିଶନର ଓ ସୁରଜ କୁମାର ପଟ୍ଟନାୟକଙ୍କୁ ସୁବର୍ଣ୍ଣପୁର ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି । କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସକୁଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଫିସର, ବସନ୍ତ କୁମାର ସେଠୀଙ୍କୁ କେନ୍ଦୁଝର ମ୍ୟୁନିସପାଲଟିର କାର୍ଯ୍ୟନିର୍ବାହୀ ଅଧିକାରୀ, ତ୍ରିଲୋଚନ ମହାନ୍ତିଙ୍କୁ କେନ୍ଦୁଝର ଉପଜିଳ୍ଲାପାଳ । ସୁଧାଂଶୁ କୁମାର ଭୋଇଙ୍କୁ ଗଞ୍ଜାମ ଜିଲ୍ଲା ଅର୍ବାନ ଡେଭଲମେଂଟ ଅଥରିଟି(ଡିୟୁଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ।

ସେହିପରି, କଟକ ମହାନଗର ନିଗମର ଯୁଗ୍ମ କମିଶନର ଅନୀତା ପାତ୍ରଙ୍କୁ ଜଗତସିଂହପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ଇପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ କଟକ ମହାନଗର ନିଗମର ଯୁଗ୍ମ କମିଶନର । ଅମିତ୍ ସର୍କାରଙ୍କୁ କୋରାପୁଟ ଅତିରିକ୍ତ ଉପଜିଲ୍ଲ୍ଲାପାଳ ଓ ମଧୁସ୍ମିତା ସାମନ୍ତରାୟଙ୍କୁ ବାରିପଦା ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି । ସେହିପରି ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନାଙ୍କୁ ବ୍ରହ୍ମପୁର ସିଡିଏମଓ କାର୍ଯ୍ୟାଳୟର ପ୍ରଶାସନିକ ଅଫିସର ଭାବେ ବଦଳି ହୋଇଛି ।

Leave A Reply

Your email address will not be published.