Latest Odisha News

BREAKING NEWS

ଶିଶୁ ଶ୍ରମିକ ରଖିବେନି ଉଠାଦୋକାନୀ, ଦେବାକୁ ପଡ଼ିବ ଅଣ୍ଡରଟେକିଂ

ଭୁବନେଶ୍ବର: ଶିଶୁ ଶ୍ରମିକ ନିରୋଧୀ ଆଇନ ଥାଇ ବି ଆମ ଦେଶରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ଚିନ୍ତାଜନକ ସ୍ଥିତିରେ ରହିଛି । ଆଇନକୁ ଉଲ୍ଲଂଘନ କରି ଶିଶୁ ଶ୍ରମିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିୟୋଜିତ କରାଯାଉଛି । ଫଳରେ ସେମାନେ ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ଏଣୁ ବଢ଼ୁଥିବା ଶିଶୁ ଶ୍ରମିକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ବାଗତଯୋଗ୍ୟ ପଦକ୍ଷେପ ନେଇଛି ।

ଉଠାଦୋକାନୀ ମାନେ ଆଉ ଶିଶୁ ଶ୍ରମିକ ରଖିବେନି । ଏଥିପାଇଁ ସେମାନଙ୍କୁ ଦେବାକୁ ପଡ଼ିବ ଅଣ୍ଡରଟେକିଂ। ନହେଲେ ସେମାନଙ୍କୁ ଏଲ୍‌ଓଆର୍‌ ପ୍ରମାଣପତ୍ର ମିଳିପାରିବ ନାହିଁ । ଏନେଇ ମ୍ୟୁନିସିପାଲଟି ପ୍ରଶାସକଙ୍କୁ ଚିଠି ଲେଖିଛି କେନ୍ଦ୍ର ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ।

ଚିଠି ରେ ଉଲ୍ଲେଖ ରହିଛି ଯେ, ଉଠାଦୋକାନୀମାନଙ୍କୁ ଏଲ୍‌ଓଆର୍‌ ଦେବା ପୂର୍ବରୁ ୧୪ ବର୍ଷ ଏବଂ ଏହା ଠାରୁ କମ୍‌ ବୟସର ପିଲାଙ୍କୁ ସେମାନେ କର୍ମଚାରୀ ଭାବରେ ନିଯୁକ୍ତି ପାଇଁ ଅଣ୍ଡରଟେକିଂ ଆଦାୟ କରିବେ । ଶିଶୁ ଶ୍ରମିକ ଆଇନ କୁ ଉଲ୍ଲଙ୍ଘନ କରି ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ କମ୍ ପ୍ରାପ୍ୟରେ ନିୟୋଜିତ କରାଯାଉଛି । ଏହାର ନିରାକରଣ ପାଇଁ କେନ୍ଦ୍ର ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

Leave A Reply

Your email address will not be published.