Latest Odisha News

BREAKING NEWS

ଆଜି ସୁବର୍ଣ୍ଣପୁର ଓ ବୌଦ୍ଧରେ ବଣ୍ଟାଯିବ BSKY ସ୍ମାର୍ଟ କାର୍ଡ଼

ଭୁବନେଶ୍ୱର: ସ୍ମାର୍ଟ ସ୍ୱାସ୍ଥ୍ୟସେବାରେ ଯୋଡ଼ିହେବ ଆଉ ଦୁଇଟି ଜିଲ୍ଲା । ସାରା ରାଜ୍ୟରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି । ଆଜି ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାୟ ଦେଢ଼ ଲକ୍ଷ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ପାଇବେ । ଏହାସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ଜିଲ୍ଲାରେ ମୋଟ୍ ୭୯କୋଟି ୨୨ଲକ୍ଷ ଟଙ୍କା ପ୍ରକଳ୍ପର ଉଦଘାଟନ କରାଯିବ । ଏହାସହ ୧୪୮କୋଟି ୪ଲକ୍ଷ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ସୁଇମିଂ ପୁଲ, ଟାଉନ ହଲ, ବିଦ୍ୟୁତ ଶବ ସଂସ୍କାର ଗୃହ ସହିତ ଗ୍ରାମାଞ୍ଚଳର ବିଭିନ୍ନ ରାସ୍ତା ଓ ସେତୁକୁ ଉଦଘାଟନ କରାଯିବ ।

ବୌଦ୍ଧ ଜିଲ୍ଲାରେ ୧ଲକ୍ଷ ୮ହଜାର ୫ଶହ ୫୫ ପରିବାରର ୩ଲକ୍ଷ ୭୨ହଜାର ୩ଶହ ୮୭ଜଣ ହିତାଧିକାରୀ ସ୍ମାର୍ଟକାର୍ଡ଼ ଦ୍ୱାରା ଉପକୃତ ହେବେ । ଏହାସହ ୨୩କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ ଓ ୪୬୩କୋଟିର ନୂତନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.