Latest Odisha News

ଭିଜିଲାନ୍ସ ଜାଲରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ

ବାରିପଦା: ଭିଜିଲାନ୍ସ ଜାଲରେ ବାରିପଦା ITDAର କନିଷ୍ଠ ଯନ୍ତ୍ରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ITDAର କନିଷ୍ଠ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଏକକାଳୀନ ସନ୍ତୋଷ ଦାସଙ୍କ ବାରିପଦା ସ୍ଥିତ ଭଡ଼ା ଘର, ବାଲିଆପାଳ ପୈତୃକ ଘର, ଆଇଟିଡିଏ ଅଫିସ, ଭୁବନେଶ୍ୱର, ଉତ୍ତରା ସମେତ ମୋଟ୍ ୧୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ସନ୍ତୋଷ ଦାସଙ୍କ ନାଁରେ ପୂର୍ବର ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଥିଲା । ଆଜି ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ରେଡ୍ ଚାଲିଛି । ଚଢ଼ାଉ ସରିବା ପରେ ଜଣା ପଡ଼ିବ ସନ୍ତୋଷ ଦାସ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି ।

Leave A Reply

Your email address will not be published.