Latest Odisha News

BREAKING NEWS

ଆଇଆଇଟିରେ ଅନୁଷ୍ଠିତ ହେବ ସ୍ମାର୍ଟ ଇଣ୍ଡିଆ ହାକାଥନ

ଭୁବନେଶ୍ୱର : ଭୁବନେଶ୍ବର ସ୍ଥିତ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ରେ  ଆସନ୍ତା ଡିସେମ୍ବର ୧୧ ଏବଂ ୧୨ ତାରଖରେ ଦୁଇଦିନିଆ ସ୍ମାର୍ଟ ଇଣ୍ଡିଆ ହାକାଥନ୍ -୨୦୨୪ ର ସଫ୍ଟୱେର୍ ସଂସ୍କରଣର ଗ୍ରାଣ୍ଡ୍ ଫିନାଲ୍ ଅନୁଷ୍ଠିତ ହେବ। ଏହା ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ।

ଏହି ମେଗା ଇଭେଣ୍ଟରେ ଦେଶର ବିଭିନ୍ନ ପ୍ରାନ୍ତରୁ ୨୬ ଟି ଟିମ୍ ଅଂଶଗ୍ରହଣ କରି କୋଡିଂ ଏବଂ ପ୍ରୋଗ୍ରାମିଂ ଦକ୍ଷତା ପ୍ରଦର୍ଶନ କରିବେ । ପ୍ରତ୍ୟେକ ଟିମରେ ୫-୬ ଜଣ ସଦସ୍ୟ ରହିବେ।ଏହି ପରିପ୍ରେକ୍ଷିରେ  ଟେଲିଗ୍ରାମ, ହ୍ୱାଟ୍ସଆପ୍ ଏବଂ ଇନଷ୍ଟାଗ୍ରାମ ଭିତ୍ତିକ ଡ୍ରଗ୍ କାରବାର ପଛରେ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବା ପାଇଁ ସଫ୍ଟୱେର୍ ସମାଧାନ, କ୍ରିପ୍ଟୋକରେନ୍ସି କାରବାରର ଶେଷ ରିସିଭର୍ ଚିହ୍ନଟ କରିବାକୁ ସଫ୍ଟୱେର୍, ରିଅଲ୍-ଟାଇମ୍ ବିପର୍ଯ୍ୟୟ ସୂଚନା ଏକୀକରଣ ସଫ୍ଟୱେର୍, ଉନ୍ନତ ଉତ୍ପାଦନ ଏବଂ ଗୁଣବତ୍ତା ନିୟନ୍ତ୍ରଣ ପାଇଁ ଏଆଇ/ଏମଏଲ କିମ୍ବା କୌଣସି ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଆଲୁମିନିୟମ୍ ୱାୟର ରଡର ଭୌତିକ ଗୁଣର ଭବିଷ୍ୟ ଆକଳନ ଆଦି ପ୍ରଦର୍ଶିତ ହେବ। ସେମାନଙ୍କୁ ଏନଡିଆରଏଫ, ଏନସିବି, ଏମଓଇ-ଇନୋଭେସନ ସେଲ, ଗୋଦରେଜ ଏବଂ ନାଲକୋର ମୂଲ୍ୟାଙ୍କନକାରୀମାନେ ନିରୀକ୍ଷଣ ସହ ବିଚାର କରିବେ।

ଏହି ପରିପ୍ରେକ୍ଷିରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର କହିଛନ୍ତି, ଆଇଆଇଟି ଭୁବନେଶ୍ୱର ସ୍ମାର୍ଟ ଇଣ୍ଡିଆ ହାକାଥନ୍ ୨୦୨୪ କୁ ଦେଶର ୫୧ ଟି ନୋଡାଲ୍ କେନ୍ଦ୍ର ମଧ୍ୟରୁ ଗୋଟିଏ କେନ୍ଦ୍ର ଭାବରେ ଆୟୋଜନ କରୁଛି। ଏହି କାର୍ଯ୍ୟକ୍ରମ ଆୟୋଜନ କରି, ଆଇଆଇଟି ଭୁବନେଶ୍ୱର ଏକାଡେମୀ, ଶିଳ୍ପ ଏବଂ ସରକାରଙ୍କ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବ। ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ, ପ୍ରତିଷ୍ଠାନ ୧୩୦ କୋଟି ଟଙ୍କା ବ୍ୟୟରେ ଏକ ଗବେଷଣା ଓ ଉଦ୍ୟମିତା ପାର୍କର ନିର୍ମାଣ ଭଳି ଅନେକ ପ୍ରମୁଖ ପଦକ୍ଷେପ ନିଆଯାଇଛି । ଏଥି ସହିତ, ୨୦୩୬ ମସିହା ସୁଦ୍ଧା ସ୍ୱତନ୍ତ୍ର ଓଡ଼ିଶାର ୧୦୦ ବର୍ଷ ପୂର୍ତ୍ତି ଅବସରରେ ୧୦୦ କୋଟି ଟଙ୍କା ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରହିଛି।

ଏସଆଇଏଚ୍-୨୦୨୪ ପାଇଁ, ୫୪ ଟି ମନ୍ତ୍ରଣାଳୟ, ବିଭାଗ, ରାଜ୍ୟ ସରକାର, ପିଏସୟୁ ଏବଂ ଶିଳ୍ପ ଦ୍ୱାରା ୨୫୦ରୁ ଅଧିକ ସମସ୍ୟା ବିବରଣୀ ଦାଖଲ କରାଯାଇଛି। ବିଭିନ୍ନ ମନ୍ତ୍ରଣାଳୟ, ସରକାରୀ ବିଭାଗର ଅଧିକାରୀ ଏବଂ ଛାତ୍ର, ଶିକ୍ଷାନୁଷ୍ଠାନର ଶିକ୍ଷକମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମ ଦ୍ବାରା ଖୋଲା ପାରସ୍ପରିକ କଥାବାର୍ତ୍ତା ହୋଇପାରିବ।

 

Comments are closed.