Latest Odisha News

ଗ୍ୟାଙ୍ଗଷ୍ଟାର ସେଲରୁ ମିଳିଲା ଫୋନ୍: ଜେଲ୍ ଭିତରେ ଗ୍ୟାଙ୍ଗଷ୍ଟାରକୁ ଫୋନ୍ ଦେଲା କିଏ?

ବଲାଙ୍ଗିର: ଓଡିଶା ଜେଲରେ ସୁରକ୍ଷା ବ୍ୟବସ୍ଥାରେ ବଡ ବ୍ୟତିକ୍ରମ । ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ସେଲ୍‌ରୁ ମିଳିଲା ସ୍ମାର୍ଟଫୋନ୍ । ବଲାଙ୍ଗିର ଜେଲ୍‌ରେ ଚଢାଉ କରି ତନଘନା କରିବା ବେଳେ ଗ୍ୟାଙ୍ଗଷ୍ଟାର ପାଖରୁ ସ୍ମାର୍ଟଫୋନ୍ ଜବତ କରିଛି ପୋଲିସ । ଏଥିସହିତ ନିଶା ଦ୍ରବ୍ୟ ମଧ୍ୟ ଠାବ କରିଛି ପୋଲିସ୍ ।

ତେବେ ଗତ ଶୁକ୍ରବାର ଦିନ ବଲାଙ୍ଗୀର ଜଲରେ ପୋଲିସ୍ ରେଡ୍ କରିବା ପରେ କିଛି ଏଭଳି ଖୁଲାସା କରିଛି । ଗତ ୨୩ ତାରିଖରେ ବଲାଙ୍ଗୀର ଜେଲରେ ଗ୍ୟାଙ୍ଗଓ୍ବାର ଚାଲିଥିବା ନେଇ ଅଭିଯୋଗ ଆସିବା ପରେ ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ଚଢାଉ କରିଥିଲା ପୋଲିସ୍ । ଏହାପରେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳସାମନ୍ତ ସେଲ୍‌ରୁ ସ୍ମାର୍ଟଫୋନ୍ ସମେତ ମାଦକ ଦ୍ରବ୍ୟ, ଟ୍ରିମର ଓ ଲାଇଟର ଜବତ ହୋଇଛି । ତେବେ ଏବେ ଗ୍ୟାଙ୍ଗଷ୍ଟର ସୁଶାନ୍ତ ତାର ଆଖି ଚିକିତ୍ସା ପାଇଁ କଟକ ଯାଇଥିବା ବେଳେ ତାର ସେଲରେ ସ୍ମାର୍ଟଫୋନଟି ଅତି ସୁରକ୍ଷିତ ଭାବେ ରହିଥିଲା । ଯାହାକୁ ପୋଲିସ୍ ଚଢାଉ ବେଳେ ଜବତ କରିଛି । ଯାହକୁ ନେଇ ପୋଲିସ୍ ସନ୍ଦେହ କରିଛି ଏହି ଫୋନ ଦ୍ବାରା ସୁଶାନ୍ତ ତାର ଅପରାଧିକ କାର୍ଯ୍ୟକଳାପକୁ ସଫଳ କରାଇବା ପାଇଁ ଯୋଗାଯୋଗ କରୁଥିଲା । ତେବେ ସୁଶାନ୍ତ କଟକରୁ ଫେରିଲା ପରେ ଫୋନର ଲକ୍ ଫିଟାଇବା ପରେ ଅନେକ କିଛି ଅପରାଧିକ କାର୍ଯ୍ୟର ସନ୍ଧାନ ମିଳିପାରେ ।

ସେପଟେ ଜେଲ୍ ଭିତରେ ସୁଶାନ୍ତକୁ ଫୋନ୍ ଦେଲା କିଏ ? ଏଥିରେ ଜେଲ ଭିତରୁ କିଏ ଜଡିତ ଅଛନ୍ତି କି? ଜେଲ ଭିତରକୁ ନିଶାଦ୍ରବ୍ୟ ଓ ଫୋନ ଗଲା କେମିତି? ଏନେଇ କର୍ତ୍ତୃପକ୍ଷ କେମିତି ଜାଣିପାରିଲେନି?, ତାହା ଏବେ ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି ।

ସେପଟେ ଏନେଇ ଜେଲ୍ ଅଧ୍ୟକ୍ଷ କହିଛନ୍ତି, ଏନେଇ କୌଣସି ସୂଚନା ନାହିଁ, ଫୋନ ପୋଲିସକୁ ହସ୍ତାନ୍ତର କରିଦିଆଯାଇଛି । ଅଧିକ ତଦନ୍ତ ପରେ ଏହାର ସତ୍ୟ ଜଣାପଡିବ ।

Comments are closed.