Latest Odisha News

ସ୍ମୃତି ମାନ୍ଧନାଙ୍କ ସମେତ ଫୋଡା ଖାଇଲେ ଆଉ କିଛି କ୍ରିକେଟର

ମୁମ୍ବାଇ: ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ସ୍ମୃତି ମାନ୍ଧନା ମଙ୍ଗଳବାର କରୋନା ଭ୍ୟାକ୍ସିନ ନେଇଛନ୍ତି । ତାଙ୍କ ବ୍ୟତୀତ ପୁରୁଷ ଟିମର ଯଶପ୍ରୀତ ବୁମରାହ, ଦୀନେଶ କାର୍ତିକ, ଦୀପକ ଚାହର ଓ ସିଦ୍ଧାର୍ଥ କୌଲ ମଧ୍ୟ ଟୀକା ନେଇଛନ୍ତି । ପ୍ରଶଂସକମାନଙ୍କୁ ଟୀକା ନେବା ସହ କରୋନା ପ୍ରତି ସତର୍କ ରହିବାକୁ ସେମାନେ ଅନୁରୋଧ କରିଛନ୍ତି । ପୂର୍ବରୁ ସୋମବାର ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି, ଉମେଶ ଯାଦବ ଓ ଚେତେଶ୍ୱର ପୂଜାରା ଟୀକା ନେଇଥିଲେ ।

ମହିଳା ଟିମ୍ ଇଂଲଣ୍ଡ ଗସ୍ତରେ ୧୬ଜୁନ ଓ ୧୫ ଜୁଲାଇ ମଧ୍ୟରେ ଗୋଟିଏ ଟେଷ୍ଟ, ୩ ଦିନିକିଆ ଓ ୩ ଟି୨୦ ମ୍ୟାଚ ଖେଳିବ । ଏହା ପରେ ଦି ହଣ୍ଡ୍ରେଡ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିବେ । ଅପରପକ୍ଷରେ ପୁରୁଷ ଟିମ୍ ଇଂଲଣ୍ଡ ଗସ୍ତରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଓ ଘରୋଇ ଦଳ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ବିସିସିଆଇ ଖେଳାଳିମାନଙ୍କୁ କୋଭାଶିଲ୍ଡ ନେବାକୁ ପରାମର୍ଶ ଦେଇଛି । କାରଣ ଏହାର ଦ୍ୱିତୀୟ ଡୋଜ ଇଂଲଣ୍ଡରେ ଦିଆଯିବ । ସେଠାରେ କୋଭାଶିଲ୍ଡର ବିକଳ୍ପ ଏଷ୍ଟ୍ରୋଜେନେକା ଭ୍ୟାକ୍ସିନ ଉପଲବ୍ଧ ଅଛି ।

Leave A Reply

Your email address will not be published.